Advertisment

ଲୋକ ଲଜ୍ଜାରୁ ବର୍ତ୍ତିବାକୁ ମେଡ଼ିକାଲ୍‌ରୁ ପିଲା ଚୋରି ନାଟକ; କ୍ଷମା ମାଗିଲେ ଦମ୍ପତି

ସୁଧୀସ୍ମିତାଙ୍କର କୌଣସି ପିଲାପିଲି ହେଉନଥିଲେ। ତେଣୁ ସେ ବହୁ ଡାକ୍ତରଙ୍କୁ ଦେଖାଇଥିଲେ। ବହୁ ମେଡ଼ିସିନ୍‌ ଖାଉଥିଲେ। ଏହା ସତ୍ତ୍ୱେ କୌଣସି ପିଲାପିଲି ହେଉନଥିଲା। ଯାହାକୁ ନେଇ ମାନସିକ ଦୁଶ୍ଚିନ୍ତାରେ ଥିଲେ ସୁଧୀସ୍ମିତା ଓ ବିଜୟ।

ଅଦ୍ୟତନ ହୋଇଛି
Nayagarh

Nayagarh

Advertisment

ନିଜର କୌଣସି ପିଲାପିଲି ହେଉନଥିଲେ। ଯେଉଁଥିପାଇଁ ମାନସିକ ଦୁଶ୍ଚିନ୍ତାରେ ଥିଲେ। ସେହି ଅପବାଦ ଓ ଲୋକ ଲଜ୍ଜାରୁ ବର୍ତ୍ତିବା ପାଇଁ ପିଲା ଚୋରିର ନାଟକ କରିଥିଲେ ଦମ୍ପତି। ମେଡ଼ିକାଲ୍‌ ଓଟିରୁ ପିଲା ଚୋରି ହୋଇଥିବା କାନ୍ଦିକାନ୍ଦି ଗଣମାଧ୍ୟମରେ କହିଥିଲେ। ତେବେ ନାଟକର ପୂରା ଚିତ୍ର ସାମ୍ନାକୁ ଆସିବା ପରେ ଗିରଫ ଭୟରେ କ୍ଷମା ମାଗିଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଗୋଡ଼ଭଙ୍ଗା ଗାଁର ସୁଧୀସ୍ମିତା ଜେନା ଓ ତାଙ୍କ ସ୍ୱାମୀ ବିଜୟ କୁମାର ଜେନା।

Advertisment

ସୁଧୀସ୍ମିତାଙ୍କର କୌଣସି ପିଲାପିଲି ହେଉନଥିଲେ। ତେଣୁ ସେ ବହୁ ଡାକ୍ତରଙ୍କୁ ଦେଖାଇଥିଲେ। ବହୁ ମେଡ଼ିସିନ୍‌ ଖାଉଥିଲେ। ଏହା ସତ୍ତ୍ୱେ କୌଣସି ପିଲାପିଲି ହେଉନଥିଲା। ଯାହାକୁ ନେଇ ମାନସିକ ଦୁଶ୍ଚିନ୍ତାରେ ଥିଲେ ସୁଧୀସ୍ମିତା ଓ ବିଜୟ। ସେହି ଅପବାଦରୁ ମୁକୁଳିବା ପାଇଁ ଉଭୟ ପିଲା ଚୋରିର ନାଟକ କରିଥିଲେ।

ଉଭୟ ପିଲା ଚୋରିର ନାଟକ କରିବା ପାଇଁ ଗତ ୩୦ ତାରିଖରେ ନୟାଗନ ଜିଲ୍ଲା ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ। ମେଡ଼ିକାଲ୍‌ ବାରଣ୍ଡାରେ ଉଭୟ କିଛି ସମୟ ବସିଥିଲେ। ତା’ପରେ ପ୍ରଥମ ମହଲାରେ ଥିବା ସ୍ତ୍ରୀ ଓ ପ୍ରସୂତି ବିଭାଗକୁ ଯାଇଥିଲେ। ସେଠାରେ ମଧ୍ୟ କିଛି ସମୟ ବସିଥିଲେ। ପରେ ତଳ ମହଲାକୁ ଆସି ପିଲା ଚୋରି ହୋଇଥିବା ନାଟକ କରିଥିଲେ। ନାଟକ ନୁହେଁ ତ, ଛାତି ପିଟି କାନ୍ଦିଥିଲେ ସୁଧୀସ୍ମିତା। ଚାହୁଁ ଚାହିଁ ଏହି ଖବର ତୀବ୍ର ଗତିରେ ବ୍ୟାପି ଯାଇଥିଲା। ମେଡ଼ିକାଲ୍‌ ଓଟିରୁ ପିଲା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା।

Advertisment

ପିଲା ଚୋରି ନେଇ ଖବର ପ୍ରକାଶ ପାଇବା ପରେ ପୁଲିସ୍‌ ମେଡିକାଲ୍‌ରେ ପହଞ୍ଚିଥିଲା। ମେଡ଼ିକାଲ୍‌ରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରିଥିଲା। ଯାଞ୍ଚ ପରେ ପୂରା ଘଟଣା ଉପରୁ ପର୍ଦ୍ଦା ହଟିଥିଲା। ସୁଧୀସ୍ମିତା ମେଡ଼ିକାଲ୍‌ରେ ପ୍ରସବ କରିନଥିବା ସ୍ପଷ୍ଟ ହୋଇଥିଲା। ଅଭିଯୋଗ ମିଛ ବୋଲି ଜଣାପଡ଼ିବାପରେ ଦମ୍ପତି ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ରଣପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ମେଡ଼ିକାଲ୍‌ କର୍ତ୍ତୃପକ୍ଷ। ପୁଲିସ ନଂ. 387/24 BNSର ଧାରା 318(4),3(5)ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ପୁଲିସ୍‌ ମାମଲା ରୁଜୁ କରିବା ପରେ କାର୍ଯ୍ୟାନୁଷ୍ଠାନ ଭୟରେ ସତ ଓଗାଳିଥିଲେ ସୁଧୀସ୍ମିତା ଓ ତାଙ୍କ ସ୍ୱାମୀ ବିଜୟ। ନିଜର କୌଣସି ସନ୍ତାନ ହେଉନଥିବାରୁ ସେମାନେ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲେ। ଲୋକ ଲଜ୍ଜା ଓ ମାନସିକ ଭାରସାମ୍ୟ ହରାଇ ପିଲା ଚୋରିର ମିଛ ନାଟକ କରିଥିବାରୁ ମେଡ଼ିକାଲ୍‌ କର୍ତ୍ତୃପ, ପୁଲିସ୍‌ ଓ ରାଜ୍ୟବାସୀଙ୍କ ପାଖରେ କ୍ଷମା ପ୍ରାର୍ଥନା କରୁଛନ୍ତି ସୁଧୀସ୍ମିତା ଓ ବିଜୟ।

ରିପୋର୍ଟ-ନୟାଗଡ଼ରୁ ଜୟେନ୍ଦ୍ର ବେହେରା

Nayagarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe