/odisha-reporter/media/post_attachments/uploadimage/library/16_9/16_9_0/IMAGE_1713959078.jpg)
ashwini vaishnaw
କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଦାଏର କରିଥିବା ବ୍ୟକ୍ତିଙ୍କୁ ହାଇକୋର୍ଟ ଝଟକା। ସେ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ଓଡ଼ିଶା ହାଇକୋର୍ଟ ଯାଇଥିଲେ। କିନ୍ତୁ କୋର୍ଟ ଏବେ ତାଙ୍କ ଉପରେ ୫ ଲକ୍ଷ ଟଙ୍କାର ଫାଇନ ଲାଗୁ କରିଛନ୍ତି।
ରାଜନୀତିକ ଉଦ୍ଦେଶ୍ୟ ରଖି ମାମଲା କରାଯାଇଥିବା ଦର୍ଶାଇ ହାଇକୋର୍ଟ ମାମଲାକୁ ଖାରଜ କରିଛନ୍ତି। ଏଥିସହ ଆବେଦନକାରୀ ଭାଗ୍ୟଧର ବେହେରାଙ୍କୁ ୫ ଲକ୍ଷ ଟଙ୍କା ଜୋରିମାନା ଭାବେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଭାଗ୍ୟଧରଙ୍କୁ ଆସନ୍ତା ୩ ସପ୍ତାହ ମଧ୍ୟରେ ହାଇକୋର୍ଟ ବାର ଆସୋସିଏସନ ଓକିଲ କଲ୍ୟାଣ ପାଣ୍ଠିରେ ଜୋରିମାନା ରାଶି ଜମା କରିବାକୁ କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି।
ଗତ ୨୦୧୯ ମସିହା ରାଜ୍ୟସଭା ନିର୍ବାଚନରେ ଅଶ୍ୱିନୀ ବୈଷ୍ଣବ ନିଜ ନାମାଙ୍କନ ପତ୍ରରେ ତଥ୍ୟ ଲୁଚାଇଥିବା ଅଭିଯୋଗ କରି ଭାଗ୍ୟଧର ମାମଲା ଦାଏର କରିଥିଲେ। ନାମାଙ୍କନ ସମୟରେ ଅଶ୍ୱିନୀ ସରକାରଙ୍କ ଅଧୀନରେ ଚୁକ୍ତି ଭିତ୍ତିରେ କାର୍ଯ୍ୟ କରୁଥିଲେ ବୋଲି ଭାଗ୍ୟଧର ଅଭିଯୋଗ କରିଥିଲେ। ତେବେ ସରକାର ନୁହେଁ, ବରଂ ଅଶ୍ୱିନୀ ଏକ ଘରୋଇ ସଂସ୍ଥାର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ।
କିନ୍ତୁ ନାମାଙ୍କନ ପତ୍ର ଦାଖଲ ବେଳକୁ ସେ ଇସ୍ତଫା ଦେଇସାରିଥିଲେ ବୋଲି ତାଙ୍କ ଓକିଲ କହିଛନ୍ତି। ଏପରି କି ତାଙ୍କ ଇସ୍ତଫା ନେଇ ରେଜିଷ୍ଟ୍ରର ଅଫ କମ୍ପାନୀଜକୁ ଅବଗତ କରାଯାଇଥିଲା ବୋଲି ଆଜି ଅଶ୍ୱିନୀଙ୍କ ପକ୍ଷରୁ କୋର୍ଟରେ ତଥ୍ୟ ଉପସ୍ଥାପନ କରାଯାଇଥିଲା।
୨୦୧୯ ମସିହା ରାଜ୍ୟସଭା ନିର୍ବାଚନ ଶେଷ ହୋଇ ୨୦୨୪ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେବାପରେ ଏଭଳି ଅଭିଯୋଗ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କୋର୍ଟ ଅନୁଭବ କରିବା ସହ ଏହି ଭାଗ୍ୟଧରଙ୍କ ଉପରେ ଜରିମାନା ଲାଗୁ କରୁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
