Advertisment

ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଗାଈର ମୃତଦେହ ରଖି ପ୍ରତିବାଦ

ଗାଈ ମୃତଦେହ ବ୍ୟବଚ୍ଛେଦ ହେଉନଥିବାରୁ ମୃତ୍ୟୁ ପ୍ରମାଣ ପତ୍ର ପାଉନାହାନ୍ତି ନମିତା ଘୋଷ। ଯେଉଁଥିପାଇଁ ସେ ବୀମା ଟଙ୍କା ପାଇବାକୁ ଆବେଦନ କରିପାରୁ ନାହାନ୍ତି। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ ନମିତା ଘୋଷ।

Cow

Cow

Advertisment

ଚିକିତ୍ସା ପାଇଁ ଘରକୁ ଆସିଲେନି ପ୍ରାଣୀଧନ ଚିକିତ୍ସକ। ଯେଉଁଥିପାଇଁ ଗାଈର ମୃତ୍ୟୁ ହୋଇଗଲା। ଗାଈ ମୃତ୍ୟୁ ପରେ ମୃତ୍ୟୁ ପ୍ରମାଣପତ୍ର ମିଳିଲା ନାହିଁ। ତେଣୁ ମୃତଗାଈକୁ ଧରି ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଧାରଣାରେ ବସିଲେ ଗାଈ ମାଲିକ। ଏପରି ଖବର ଆସିଛି ମୟୂରଭଞ୍ଜ ଜିଲ୍ଲାରୁ।

Advertisment

ବାରିପଦା ଟାଉନ୍‌ର ଶ୍ରୀପଦଗଞ୍ଜର ନମିତା ଘୋଷଙ୍କର ଗୋଟିଏ ଗାଈ ଥିଲା। ଗାଈଟି ଗର୍ଭବତୀ ଥିଲା। ମଙ୍ଗଳବାର ଗାଈଟି ଅସୁସ୍ଥ ହୋଇପଡ଼ି ଥିଲା। ତେଣୁ ସେ ପ୍ରାଣୀଧନ ଚିକିତ୍ସାଳୟକୁ ଘରକୁ ଡାକିଥିଲେ। ହେଲେ ଆନ୍ଦୋଳନ ଚାଲିଥିବାରୁ କୌଣସି ପ୍ରାଣୀଧନ ଚିକିତ୍ସକ ଘରକୁ ଆସିନଥିଲେ। ଯେଉଁଥିପାଇଁ ରୋଗୀଣା ଗାଈର ମୃତ୍ୟୁ ଘଟିଥିଲା।

ସେପଟରେ ଗାଈ ମୃତଦେହ ବ୍ୟବଚ୍ଛେଦ ହେଉନଥିବାରୁ ମୃତ୍ୟୁ ପ୍ରମାଣ ପତ୍ର ପାଉନାହାନ୍ତି ନମିତା ଘୋଷ। ଯେଉଁଥିପାଇଁ ସେ ବୀମା ଟଙ୍କା ପାଇବାକୁ ଆବେଦନ କରିପାରୁ ନାହାନ୍ତି। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ ନମିତା ଘୋଷ। କିଛି ଉପାୟ ନପାଇ ଆଜି ମୃତଗାଈକୁ ଏକ ଟ୍ରଲିରେ ଲଦି ଜିଲ୍ଲାପାଳଙ୍କ ଅଫିସ୍‌ ଆଗକୁ ଆଣିଥିଲେ। ଆଉ ଧାରଣାରେ ବସିଥିଲେ। ମୃତ୍ୟୁ ପ୍ରମାଣପତ୍ର ଦେବାକୁ ଦାବି କରିଥିଲେ।

Advertisment

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ମହିଳାଙ୍କ ଗୁହାରୀ ଶୁଣିଥିଲେ। ବୁଝାସୁଝା କରିବା ସହ ଗାଈ ମୃତଦେହର ବ୍ୟବଚ୍ଛେଦ କରାଇବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ନମିତା ଘୋଷ ଧାରଣାରୁ ଉଠିଥିଲେ।

ସୂଚନାରୁ ପ୍ରକାଶ, ବିଭିନ୍ନ ଦାବି ପୂରଣ ପାଇଁ ଗତ କିଛି ଦିନ ହେଲା ପ୍ରାଣୀଧନ ଚିକିତ୍ସକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି। ଯେଉଁଥିପାଇଁ ପ୍ରାଣୀଧନ ଚିକିତ୍ସାଳୟରେ ପଡ଼ିଛି ତାଲା। ଲୋକମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ସେପଟେ ଚିକିତ୍ସା ଅଭାବରୁ ଗାଈ ଗୋରୁଙ୍କର ମୃତ୍ୟୁ ଘଟିଛି।

ରିପୋର୍ଟ- ବାରିପଦାରୁ ମାନିକ୍‌ଲାଲ ପାଣି

Baripada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe