Advertisment

ଭାର୍ଗବୀ ନଦୀ ବନ୍ଧରେ ବିରାଟ ଫାଟ, ନଦୀ କୁଳିଆ ଲୋକେ ଭୟଭୀତ

ଆଗକୁ ଅଧିକ ବର୍ଷା ହେଲେ ଓ ନଦୀର ଜଳସ୍ତଳ ବଢ଼ିଲେ ଯେ କୌଣସି ସମୟରେ ବନ୍ଧ ଭାଙ୍ଗିବାର ସମ୍ଭାବନା ରହିଛି। ଯାହାଫଳରେ ନଈ କୁଳିଆ ବଳଙ୍ଗା, ଉଛୁପୁରୁ, କୋଟକସାଙ୍ଗ ଭଳି ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।

author-image
Manoranjan Sial
ଅଦ୍ୟତନ ହୋଇଛି
Bhargavi River

Bhargavi River

ଭାର୍ଗବୀ ନଦୀ ବନ୍ଧରେ ବିରାଟ କାୟ ହୋଇଛି। ବନ୍ୟା ପାଣି ହ୍ରାସ ପାଇବା ପରେ ବନ୍ଧରେ ହୋଇଥିବା ଫାଟ ଜଳ ଜଳ କରି ଦେଖାଯାଉଛି। ଯାହାକୁ ନେଇ ନଦୀ କୁଳିଆ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଛି। ଶୀଘ୍ର ମରାମତି କରିବାକୁ ଦାବି ହୋଇଛି। ତେବେ ଜଳ ସମ୍ପଦ ଫାଟକୁ ଖଣ୍ଡନ କରିନଥିବା ବେଳେ ମାଟି ଦବି ଯାଇଥିବା କହିଛି।

Advertisment

୨୦୨୨ ମସିହା ପୁରୀ ଜିଲ୍ଲା ନିମାପଡା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଳଙ୍ଗାଠାରେ ଦୁର୍ବଳ ଭାର୍ଗବୀ ନଦୀ ବନ୍ଧର ସୁଦୃଢ଼ୀକରଣ କରାଯାଇଥିଲା। ବଳଙ୍ଗା ଜଳ ସମ୍ପଦ ଉପଖଣ୍ଡ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟରେ ବନ୍ଧରେ ମାଟି ଓ ମୋରାମ ବିଛା ଯାଇ ମାରାମତି କରାଯାଇଥିଲା। ତେବେ ନିମ୍ନମାନର କାମ ଯୋଗୁ ଏବେ ବଳଙ୍ଗାର ଭାର୍ଗବୀ ନଦୀ ସେତୁଠାରୁ ବାମ ପାର୍ଶ୍ୱ ବନ୍ଧରେ ପ୍ରାୟ ଦେଢ଼ କିଲୋମିଟର ଲମ୍ବର ବିରାଟ ଫାଟ ସୃଷ୍ଟି ହୋଇଛି। ଧୀରେ ଧୀରେ ଫାଟ ବଢ଼ୁଛି।

ଆଗକୁ ଅଧିକ ବର୍ଷା ହେଲେ ଓ ନଦୀର ଜଳସ୍ତଳ ବଢ଼ିଲେ ଯେ କୌଣସି ସମୟରେ ବନ୍ଧ ଭାଙ୍ଗିବାର ସମ୍ଭାବନା ରହିଛି। ଯାହାଫଳରେ ନଈ କୁଳିଆ ବଳଙ୍ଗା, ଉଛୁପୁରୁ, କୋଟକସାଙ୍ଗ ଭଳି ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ହେଲେ ଏଥିପ୍ରତି ପ୍ରଶାସନ ତିଳେ ମାତ୍ର ନଜର ଦେଉନାହିଁ। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଉଛି।

Advertisment

ନିକଟରେ ଭାର୍ଗବୀ ନଦୀର ଦକ୍ଷିଣ ରାଢସ ସହ ନିମାପଡା ନିର୍ବାଚନମଣ୍ଡଳୀର ବିଭିନ୍ନ ଦୁର୍ବଳ ନଦୀବନ୍ଧ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ବର୍ଷା ଓ ପ୍ରଥମ ବନ୍ୟାଜଳ ସାମାନ୍ୟ ହ୍ରାସ ପାଇବା ପରେ ଏବେ ନଦୀ ବନ୍ଧ ଫାଟି ଆଁ କରିଥିବା ଦେଖିବାକୁ ମିଳିଛି। ନୂଆ ମାଟି ପଡ଼ିଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ଜଳସମ୍ପଦ ବିଭାଗ ଅଧିକାରୀ ସଫେଇ ଦେଇଛି। ତେବେ ସ୍ଥାନୀୟ ଲୋକେ କହିଛନ୍ତି, ନିମ୍ନମାନର କାମ ହୋଇଛି। ମାମଲାରେ ଭିଜିଲାନ୍ସ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ରିପୋର୍ଟ-କୋଣାର୍କରୁ ସଞ୍ଜୟ ପତି

Puri