Advertisment

ଶ୍ରୀମନ୍ଦିର ଉତ୍ତର ଦ୍ୱାର ଗୁମୁଟ ତଳଭାଗରେ ଫାଟ

ବହୁ ବର୍ଷ ହେଲା ଏଏସଆଇ ପକ୍ଷରୁ ସଂରକ୍ଷଣ କାର୍ଯ୍ୟ କରାଯାଉଥିଲେ ମଧ୍ୟ କିଭଳି ସ୍ଥିତିରେ ଏହି ଫାଟ ହେଲା ସେ ନେଇ ପ୍ରଶ୍ନ ଉଠିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Puri

Puri

ଶ୍ରୀମନ୍ଦିର ଉତ୍ତରଦ୍ୱାର ଗୁମୁଟର ତଳଭାଗରେ ଫାଟ ଦେଖାଦେଇଛି। ପଦ୍ମପାଖୁଡାରେ ଏକ ବିରାଟ ଫାଟ ସୃଷ୍ଟି ହୋଇ ଏହା ଭାଙ୍ଗି ଯିବାର ସ୍ଥିତି ସୃଷ୍ଟି ହୋଇଛି। ଏପରିକି ଗୁମୁଟରେ ଯେଉଁ ଭାସ୍କର୍ଯ୍ୟ ଖୋଦିତ ହୋଇଛି ସେହି ଭାସ୍କର୍ଯ୍ୟରୁ ପଥର ଖସି ତଳେ ପଡିଛି। ଗୁମୁଟର ପଛ ଭାଗରେ ବିରାଟ ଏକ ଗର୍ତ୍ତ ସୃଷ୍ଟି ହୋଇଛି।

Advertisment

ବହୁ ବର୍ଷ ହେଲା ଏଏସଆଇ ପକ୍ଷରୁ ସଂରକ୍ଷଣ କାର୍ଯ୍ୟ କରାଯାଉଥିଲେ ମଧ୍ୟ କିଭଳି ସ୍ଥିତିରେ ଏହି ଫାଟ ହେଲା ସେ ନେଇ ପ୍ରଶ୍ନ ଉଠିଛି। ଫାଟକୁ ତୁରନ୍ତ ମରାମତି ପାଇଁ ଦାବି ହୋଇଛି।

ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି, ଶ୍ରୀମନ୍ଦିର ଉତ୍ତରଦ୍ୱାର ମହାପ୍ରଭୁଙ୍କ ପ୍ରମୁଖ ଦ୍ୱାର। ଏହି ଦ୍ୱାର ଦେଇ ହଜାର ହଜାର ଶ୍ରଦ୍ଧାଳୁ ଯିବା ଆସିବା କରନ୍ତି। ଏଏସଆଇର କିପରି ଏହା ଉପରେ ନଜର ଆସୁନାହିଁ। ଶହଶହ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏମାନେ ଲୁଟିକି ସବୁ ଖାଉଛନ୍ତି। ମନ୍ଦିର ପ୍ରତି ଠିକ୍‌ରେ ଧ୍ୟନ ଦିଆଯାଉ ନାହିଁ।ଶ୍ରୀମନ୍ଦିରର ଚାରିପାଖେ ଖୋଳାଖୋଳି ଦ୍ୱାରା ଏପରି ପରିସ୍ଥିତି ସୃଷ୍ଟି ହୋଇଛି।

Advertisment

ଆଇନଜୀବୀ ଶରତ ରାୟ ଗୁରୁ କହିଛନ୍ତି, ଶ୍ରୀମନ୍ଦିରର ୧୦୦ ମିଟର ଦୂରରେ କୌଣସି ଖନନ କାର୍ଯ୍ୟ କରାଯିବ ନାହିଁ ବୋଲି ନିର୍ଦ୍ଦେଶ ଥିଲା। ହେଲେ ଶ୍ରୀମନ୍ଦିର ଚାରିପାଖେ ମେସିନ ଦ୍ୱାରା ୪୦ରୁ ୫୦ ଫୁଟ୍‌ ଖୋଳାଯିବା  ଦ୍ୱାରା ଏପରି ପରିସ୍ଥିତି ସୃଷ୍ଟି ହୋଇଛି।

Puri Shreemandir Puri