Advertisment

ଶ୍ରୀମନ୍ଦିର ଉତ୍ତର ଦ୍ୱାର ଗୁମୁଟର ତଳ ଭାଗରେ ଫାଟ

ଗୁମୁଟର ପଛ ଭାଗରେ ବିରାଟ ଏକ ଗତ୍ର ସୃଷ୍ଟି ହୋଇଛି। ଅଏସ୍‌ଆଇ ଅଣଦେଖା କରୁଥିବାରୁ ଫାଟ ବଢ଼ୁଥିବା ସାଧାରଣରେ ମତ ପ୍ରକାଶ ପାଇଛି।

Puri Srimandir

Puri Srimandir

Advertisment

ଶ୍ରୀମନ୍ଦିର ଉତ୍ତର ଦ୍ୱାର ଗୁମୁଟର ତଳ ଭାଗରେ ଫାଟ। ପଦ୍ମ ପାଖୁଡାରେ ବିରାଟ୍‌ ଫାଟ ସୃଷ୍ଟି ହୋଇଛି। ଯାହା ଭାଙ୍ଗି ଯିବାର ସ୍ଥିତି ସୃଷ୍ଟି ହୋଇଛି। ଏପରିକି ଗୁମୁଟରେ ଯେଉଁ ଭାସ୍କର୍ଯ୍ୟ ଖୋଦିତ ହୋଇଥିଲା, ସେଥିରୁ ପଥର ଖସି ତଳେ ପଡିଛି। ଗୁମୁଟର ପଛ ଭାଗରେ ବିରାଟ ଏକ ଗତ୍ର ସୃଷ୍ଟି ହୋଇଛି। ଅଏସ୍‌ଆଇ ଅଣଦେଖା କରୁଥିବାରୁ ଫାଟ ବଢ଼ୁଥିବା ସାଧାରଣରେ ମତ ପ୍ରକାଶ ପାଇଛି। ମନ୍ଦିରରେ ଥିବା ଫାଟକୁ ତୁରନ୍ତ ମରାମତି ପାଇଁ ଭକ୍ତମାନେ ଦାବି କରିଛନ୍ତି।

Advertisment

ସେପଟେ ଏଏସ୍‌ଆଇର କଞ୍ଜରଭେସନ୍‌ ଅଧିକାରୀ ଜ୍ୟୋତି ପ୍ରଧାନ କହିଛନ୍ତି, ଏହି କୋଣର କିଛି ଅଂଶ ମାଟିରେ ପୋତି ହୋଇଥିଲା। ପରିକ୍ରମା ପ୍ରକଳ୍ପ କାମ ବେଳେ ମାଟି ବାହାରିଛି। ତା’ପରେ ଏହି ଫାଟଟି ଦେଖାଯାଇଛି। ତୁରନ୍ତ ମରାମତି କରାଯିବ। ଏବେ ଉତ୍ତର ଦ୍ୱାରର ଗୁମୁଟ କାର୍ଯ୍ୟ କରାଯାଉଛି। ତେଣୁ ଏହି ଫାଟକୁ ମରାମତି ସହ ଭାସ୍କର୍ଯ୍ୟରୁ ଯେଉଁ ଫଥର ଖସିଛି, ତାକୁ ମଧ୍ୟ ସଂଗ୍ରକ୍ଷଣ କରାଯିବ।

Puri Puri Shreemandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe