Advertisment

ବାହାର ରତ୍ନ ଭଣ୍ଡାର କାନ୍ଥରେ ଫାଟ ହୋଇଛି; ଏଏସ୍ଆଇ

ଗତ ନଭେମ୍ବର ୨୮ ଓ ୨୯ ତାରିଖରେ ଦୁଇ ଦିନ ଧରି ବାହାର ରତ୍ନଭଣ୍ଡାରର ଲେଜର ସ୍କାନିଂ ହୋଇଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Puri temple

Puri temple

 ଶ୍ରୀମନ୍ଦିର ବାହାର ରତ୍ନ ଭଣ୍ଡାର କାନ୍ଥରେ ଫାଟ ସୃଷ୍ଟି ହୋଇଛି। କାନ୍ଥରେ ଫାଟ ଯୋଗୁ ଭିତରକୁ ପାଣି ଜକଉଥିବା ଅନୁମାନ କରାଯାଉଛି। ରତ୍ନ ଭଣ୍ଡାରରେ ଫାଟ ନେଇ ଏଏସ୍ ଆଇ ଲେଜର ସ୍କାନିଂ ରିପୋର୍ଟରୁ ତଥ୍ୟ ମିଳିଛି।

Advertisment

ଗତ ନଭେମ୍ବର ୨୮ ଓ ୨୯ ତାରିଖରେ ଦୁଇ ଦିନ ଧରି ବାହାର ରତ୍ନଭଣ୍ଡାରର ଲେଜର ସ୍କାନିଂ ହୋଇଥିଲା। ଏଏସ୍ ଆଇ ପକ୍ଷରୁ ଏହି ଲେଜର ସ୍କାନିଂ କରାଯାଇଥିଲା। ବାହାର ରତ୍ନଭଣ୍ଡାର ଉତ୍ତର ପାର୍ଶ୍ୱର ଲେଜର ସ୍କାନିଂ ହୋଇଥିଲା। ସେତେବେଳେ କାନ୍ଥର ବିଭିନ୍ନ ସ୍ଥାନରେ ଫାଟ ହୋଇଥିବା ଦେଖାଯାଇଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରିଛି ଏଏସଆଇ।

ରତ୍ନଭଣ୍ଡାରର ବାହାର ତିନୋଟି କାନ୍ଥକୁ ଡି ପ୍ଲାଷ୍ଟର କରାଯିବ। ଏହାପରେ ଯଦି କୌଣସି କ୍ଷତି ଦେଖାଯାଏ ତାହାକୁ ସଂରକ୍ଷଣ ପ୍ରଣାଳୀ ଦ୍ୱାରା ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ଏଏସଆଇ ପକ୍ଷରୁ କୁହାଯାଇଛି।

Advertisment

ଏଏସଆଇ ପକ୍ଷରୁ 49ଟି ପଏଣ୍ଟରେ ହୋଇଥିଲା ଲେଜର୍ ସ୍କାନିଂ। ଏଏସ୍ ଆଇ ପକ୍ଷରୁ ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଆଜି  ଏହି ସ୍କାନିଂ ରିପୋର୍ଟ
ପ୍ରଦାନ କରାଯାଇଛି।

Puri Shreemandir Ratna Bhandar