ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା ଆରମ୍ଭ; ପର୍ଯ୍ୟଟକଙ୍କୁ ନୋ ଏଣ୍ଟ୍ରି

ଆସନ୍ତା ୬ରୁ ୮ତାରିଖ ପର୍ଯ୍ୟନ୍ତ ସାତକୋଶିଆରେ କୁମ୍ଭୀର ଗଣନା ହେବାକୁ ଥିବାବେଳେ ସାତକୋଶିଆର ମହାନଦୀ ଏବଂ ଅନ୍ୟାନ୍ୟ ଜଳାଶୟରେ ଗଣନା କାର୍ଯ୍ୟ ହେବ ।

ସାତକୋଶିଆର ମନଲୋଭା ଦୃଶ୍ୟ ।

  • Published: Monday, 06 January 2025
  • , Updated: 06 January 2025, 08:22 AM IST

ଆଜିଠାରୁ ଅନୁଗୁଳ ଜିଲ୍ଲା ସାତକୋଶିଆରେ ଆରମ୍ଭ ହେଉଛି କୁମ୍ଭୀର ଗଣନା । ଏଥିପାଇଁ ପର୍ଯ୍ୟଟକଙ୍କୁ ସାତକୋଶିଆ ବାରଣ। କୁମ୍ଭୀର ଗଣନା ପାଇଁ ଆଜିଠୁ ଆସନ୍ତା ୯ ତାରିଖ ସକାଳ ପର୍ଯ୍ୟନ୍ତ ମହାନଦୀରେ ବୋଟିଂ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ।

ଆସନ୍ତା ୬ରୁ ୮ତାରିଖ ପର୍ଯ୍ୟନ୍ତ ସାତକୋଶିଆରେ କୁମ୍ଭୀର ଗଣନା ହେବାକୁ ଥିବାବେଳେ ସାତକୋଶିଆର ମହାନଦୀ ଏବଂ ଅନ୍ୟାନ୍ୟ ଜଳାଶୟରେ ଗଣନା କାର୍ଯ୍ୟ ହେବ । ଏଥପାଇଁ ବନ ବିଭାଗର ୧୪ଟି ଦଳ ନିୟୋଜିତ ହେବାର ରହିଛି କାର୍ଯ୍ୟକ୍ରମ । ଏହି ସମୟରେ ନଦୀରେ ମାଛ ଧରିବା ପାଇଁ ମସ୍ୟଜୀବୀଙ୍କୁ ମଧ୍ୟ ବାରଣ କରାଯାଇଛି ।

ପ୍ରତି ସେକ୍ଟରରେ ୫ଜଣ କର୍ମଚାରୀ ନିୟୋଜିତ ହେବାକୁ ଥିବାବେଳେ ମୋଟ ୭୦ ଜଣ କର୍ମଚାରୀ ଏହି ଗଣନା କାର୍ଯ୍ୟରେ ନିୟୋଜିତ ହେବା ନେଇ DFO ସୂଚନା ଦେଇଛନ୍ତି ।

ସାତକୋଶିଆ ମହାନଦୀ ଗଣ୍ଡରେ ୨୩ କିମି ପର୍ଯ୍ୟନ୍ତ ଗଣନା କରାଯିବାର ଯୋଜନା ରହିଥିବାବେଳେ , ଏଥୂପାଇଁ ବନ ବିଭାଗ ପକ୍ଷରୁ ଦେଶୀଡଙ୍ଗାର ବ୍ୟବସ୍ଥା କରାଯାଇଛି ବୋଲି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସରୋଜ ପଣ୍ଡା ସୂଚନା ଦେଇଛନ୍ତି ।

Related story