Advertisment

ରାସ୍ତାରେ ବୁଲୁଛି ବଉଳା କୁମ୍ଭୀର, ଲୋକେ ଛାନିଆ

ଗତ କିଛିଦିନ ହେବ ଭିତର କନିକା ନ୍ୟାସନାଲ ପାର୍କ ଆଖପାଖ ଅଞ୍ଚଳରେ କୁମ୍ଭୀରଙ୍କ ପାର୍ଦୁଭାବ ବଢ଼ିବାରେ ଲାଗିଛି। ଦୁଇମାସ ଭିତରେ ୪ ଜଣଙ୍କୁ ମାରି ସାରିଲାଣି କୁମ୍ଭୀର।

Crocodile

Crocodile

Advertisment

ରାସ୍ତାରେ ବୁଲା କୁକୁର, ଗାଇଙ୍କ ପରି ବୁଲୁଛି ବଉଳା କୁମ୍ଭୀର। କୁମ୍ଭୀରଟି ବେଶ୍‌ ଆରାମରେ ରାସ୍ତା ପାର୍‌ ହୋଇ ମନଇଚ୍ଛା ବିଚରଣ କରୁଛି। ମାତ୍ର ପିଲାଙ୍କ ପାଟି ଶୁଣି ନିକଟସ୍ଥ କେନାଲକୁ ପଳାଇଥିବା ଜଣାଯାଇଛି। ଏପରି ଏକ ଘଟଣା ଗତକାଲି ରାତିରେ କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଖଣ୍ଡମାରା ପେଣ୍ଠ ମୁଖ୍ୟରାସ୍ତାରେ ଦେଖିବାକୁ ମିଳିଥିଲା।

Advertisment

ଗତକାଲି ରାତି ପ୍ରାୟ ୯ଟା ପରେ ପ୍ରାୟ ୪ ଫୁଟ ଲମ୍ବର ଏକ ବିରାଟ କୁମ୍ଭୀର ରାସ୍ତାରେ ବିଚରଣ କରୁଥିଲା। ପିଲାମାନେ ଏହା ଦେଖି ଚିତ୍କାର କରିବାରୁ କୁମ୍ଭୀରଟି ନିକଟସ୍ଥ କେନାଲକୁ ପଳାଇଥିଲା। ଅନ୍ୟପଟେ ଚାଷ ଜମିକୁ ସଂଯୋଗ କରୁଥିବା କଲଭର୍ଟ ଦେଇ କୁମ୍ଭୀର ପଶିଆସିଥିବା ରାଜନଗର ଫରେଷ୍ଟର କହିଛନ୍ତି।

ଗତ କିଛିଦିନ ହେବ ଭିତର କନିକା ନ୍ୟାସନାଲ ପାର୍କ ଆଖପାଖ ଅଞ୍ଚଳରେ କୁମ୍ଭୀରଙ୍କ ପାର୍ଦୁଭାବ ବଢ଼ିବାରେ ଲାଗିଛି। ଦୁଇମାସ ଭିତରେ ୪ ଜଣଙ୍କୁ ମାରି ସାରିଲାଣି କୁମ୍ଭୀର।

Advertisment

ଭିତରକନିକାରେ ଏବେ ୧୭୯୩ଟି କୁମ୍ଭୀର ଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ସେମାନେ ନଦୀ, ନାଳରେ ପଶି ଅକାଳରେ ମଣିଷ ଜୀବନ ନେଉଛନ୍ତି। ହେଲେ ସେମାନଙ୍କ ମୁହଁରୁ ମଣିଷକୁ ବଞ୍ଚାଇବାକୁ ବନ ବିଭାଗ କିଛି ଆଖି ଦୃଶିଆ ପଦକ୍ଷେପ ନେଉ ନ ଥିବା ବେଳେ ଲୋକଙ୍କୁ ସଚେତନ କରି ନିଜ ଦାୟିତ୍ୱ ସାରୁଛି।

Kendrapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe