Advertisment

ରାଜ ଶ୍ମଶାନରେ ଜଳିଲା ରାଣୀ ମାତାଙ୍କର ଜୁଇ

ରାଣୀ ମା’ଙ୍କୁ ଶୋଭାଯାତ୍ରାରେ ନିଆଯାଇ ରାଜ ଶ୍ମଶାନରେ ଅନ୍ତ୍ୟେଷ୍ଟି କ୍ରିୟା କରାଯାଇଛି

ଅଦ୍ୟତନ ହୋଇଛି
Rani maa Death

Rani maa Death

Advertisment

ପଞ୍ଚଭୂତରେ ବିଲୀନ ହେଲା ଖଲିକୋଟର ରାଣୀ ମାଆ ସୁଜ୍ଞାନ କୁମାରୀ ଦେଓଙ୍କ ପାର୍ଥୀବ ଶରୀର। ଖଲିକୋଟ ରାଜପରିବାର ଶ୍ମଶାନରେ ହିନ୍ଦୁ ରାଜକୀୟ ରୀତିନୀତିରେ ତାଙ୍କୁ ଅନ୍ତିମ ବିଦାୟ ଜଣାଇଛନ୍ତି ଶତାଧିକ ପ୍ରଶଂସକ, ଶୁଭେଚ୍ଛୁ ଏବଂ ଖଲିକୋଟ ଲୋକେ।

Advertisment

ଲୁହରେ ସତେ ଯେମିତି ଆଜି ଭାସିଛି ଖଲିକୋଟ। ରାଷ୍ଟ୍ରୀୟ ମର୍ଯ୍ୟଦାରେ ରାଣୀ ମାଆଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଉଥିବା ବେଳେ ଶୋକାକୁଳ ହୋଇପଡ଼ିଥିଲା ସମ୍ପୂର୍ଣ୍ଣ ଅଞ୍ଚଳ। କିଏ ନିଜ ପ୍ରିୟର ରାଣୀ ମାଆଙ୍କୁ ହରାଇଛି, କିଏ ନିଜ ନେତା ତ ପୁଣି କିଏ ନିଜ ଅଞ୍ଚଳର ଗୌରବକୁ ହରାଇ ଥିବାରୁ ଏବେ ମୀୟମାଣ ହୋଇପଡ଼ିଛନ୍ତି।

ସୁଜ୍ଞାନଙ୍କ ମରଶରୀରକୁ ରମ୍ଭା ପ୍ୟାଲେସରୁ ଆଜି ଖଲିକୋଟ ସହରରେ ପରିକ୍ରମା କରାଯାଇଥିଲା। ଏହି ସମୟରେ ରାସ୍ତାର ଉଭୟ ପାଶ୍ୱରେ ଶହ ଶହ ଲୋକେ ଶେଷ ଦର୍ଶନ କରିବାକୁ ଅପେକ୍ଷା କରିଥିଲେ। ୧୦ ଥରର ବିଧାୟିକା ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ ସହ ଖଲିକୋଟର ମର୍ଦ୍ଦରାଜ ପରିବାରର ଯବନୀକା ପଡ଼ିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe