ଭଦ୍ରକ ବାସୁଦେବପୁର ଅଞ୍ଚଳର ମନ୍ତେଈ ନଈରେ କୁମ୍ଭୀର ଆତଙ୍କ। ବାଲିଆପାଳ ଘାଟଠାରୁ ୨କିଲୋମିଟର ଦୂର କାଳଗଦି ଗାଁ ପାଖ ମନ୍ତେଇ ନଈରେ ଏକ ବଡ କୁମ୍ଭୀର ଭାସୁଥିବାର ଦେଖି ଲୋକମାନେ ଭୟଭୀତ ହୋଇ ପଡିଛନ୍ତି। ନଦୀରେ କୁମ୍ଭୀର ବୁଲୁଥିବା ନେଇ ମୋବାଇଲ ମାଧ୍ୟମରେ ଭିଡିଓ ଉତ୍ତୋଳନ କରି କରଞ୍ଜିଆ ସରପଞ୍ଚଙ୍କୁ ଅବଗତ କରିଛନ୍ତି ଗ୍ରାମବାସୀ।
କୁମ୍ଭୀରଟିର ଲମ୍ବ ୨୦ଫୁଟ ହେବ ବୋଲି ଅନୁମାନ କରାଯାଉଛି। କୁମ୍ଭୀର ଦେଖିବା ପରେ ପାଖରେ ଥିବା ଚିଙ୍ଗୁଡି ଘେରି ସମେତ ସ୍ଥାନୀୟ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି। । ବନବିଭାଗ ପକ୍ଷରୁ ମନ୍ତେଈ ନଈ ପାର୍ଶ୍ୱରେ ସୁରକ୍ଷା ବାଡ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି। କିଛି ଦିନ ତଳେ ଏହି ମନ୍ତେଇ ନଈର ଛତ୍ରପଦ ନିକଟରେ ଏକ ଗାଈକୁ କୁମ୍ଭୀର ଟାଣିନେଇ ମାରି ଦେଇଥିଲା
Also Read
ସୂଚନାଯୋଗ୍ୟ, ଦୁଇ ଦିନ ତଳେ ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ପାଟପୁର ଠାରେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇ ଖାଇଦେଇଥିଲା। ମହିଳାଙ୍କ ଜଣଙ୍କ ବିରୂପା ନଦୀକୁ ଲୁଗା ଧୋଇବାକୁ ଯାଇଥିଲା ବେଳେ କୁମ୍ଭୀର ଟାଣି ନେଇଥିଲା।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।
Miscellaneous
ଗଞ୍ଜାମରୁ ବ୍ରହ୍ମଗିରି ଯାଉଥିଲା ୪ କ୍ୱିଣ୍ଟାଲ ଗଞ୍ଜେଇ, ମାଡ଼ି ବସିଲା ଅବକାରୀ ବିଭାଗ
ଏତେ ପରିମାଣର ଗଞ୍ଜେଇ ଗଞ୍ଜାମର ଶେରଗଡ଼ ଅଞ୍ଚଳରୁ ନିରାକାରପୁର ଦେଇ ବ୍ରହ୍ମଗିରି ଯାଉଥିଲା। କିନ୍ତୁ ନରାକରପୁର ଠାରେ ଏହାକୁ ଜବତ କରାଯାଇଛି।
Miscellaneous
କ୍ରିକେଟର ଫାଇନାଲ ମ୍ୟାଚ୍ ନେଲା ଗୋଷ୍ଠୀ ସଂଘର୍ଷର ରୂପ, ବ୍ୟାପକ ଭଙ୍ଗାରୁଜା
ବେଡ଼ାପଡ଼ା ଗାଁରେ ସୁବାସ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା।