Advertisment

ମନ୍ତେଈ ନଈରେ ବୁଲୁଛି କୁମ୍ଭୀର, ଲୋକେ ଆତଙ୍କିତ

କୁମ୍ଭୀରଟିର ଲମ୍ବ ୨୦ଫୁଟ ହେବ ବୋଲି ଅନୁମାନ କରାଯାଉଛି।

Crocodiles

Crocodiles

Advertisment

ଭଦ୍ରକ ବାସୁଦେବପୁର ଅଞ୍ଚଳର ମନ୍ତେଈ ନଈରେ କୁମ୍ଭୀର ଆତଙ୍କ। ବାଲିଆପାଳ ଘାଟଠାରୁ ୨କିଲୋମିଟର ଦୂର କାଳଗଦି ଗାଁ ପାଖ ମନ୍ତେଇ ନଈରେ ଏକ ବଡ କୁମ୍ଭୀର ଭାସୁଥିବାର ଦେଖି ଲୋକମାନେ ଭୟଭୀତ ହୋଇ ପଡିଛନ୍ତି। ନଦୀରେ କୁମ୍ଭୀର ବୁଲୁଥିବା ନେଇ ମୋବାଇଲ ମାଧ୍ୟମରେ ଭିଡିଓ ଉତ୍ତୋଳନ କରି କରଞ୍ଜିଆ ସରପଞ୍ଚଙ୍କୁ ଅବଗତ କରିଛନ୍ତି ଗ୍ରାମବାସୀ।

Advertisment

କୁମ୍ଭୀରଟିର ଲମ୍ବ ୨୦ଫୁଟ ହେବ ବୋଲି ଅନୁମାନ କରାଯାଉଛି। କୁମ୍ଭୀର ଦେଖିବା ପରେ ପାଖରେ ଥିବା ଚିଙ୍ଗୁଡି ଘେରି ସମେତ ସ୍ଥାନୀୟ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି। । ବନବିଭାଗ ପକ୍ଷରୁ ମନ୍ତେଈ ନଈ ପାର୍ଶ୍ୱରେ ସୁରକ୍ଷା ବାଡ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି। କିଛି ଦିନ ତଳେ ଏହି ମନ୍ତେଇ ନଈର ଛତ୍ରପଦ ନିକଟରେ ଏକ  ଗାଈକୁ କୁମ୍ଭୀର ଟାଣିନେଇ ମାରି ଦେଇଥିଲା

ସୂଚନାଯୋଗ୍ୟ, ଦୁଇ ଦିନ ତଳେ ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ପାଟପୁର ଠାରେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇ ଖାଇଦେଇଥିଲା। ମହିଳାଙ୍କ ଜଣଙ୍କ ବିରୂପା ନଦୀକୁ ଲୁଗା ଧୋଇବାକୁ ଯାଇଥିଲା ବେଳେ କୁମ୍ଭୀର ଟାଣି ନେଇଥିଲା।

Advertisment
Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe