Advertisment

ନଦୀରେ ମାଳ ମାଳ କୁମ୍ଭୀର; ଚିନ୍ତାରେ ଛଟ୍‌ ବ୍ରତଧାରୀ

ପ୍ରତି ବର୍ଷ ବହୁ ସଂଖ୍ୟାରେ ଛଟ୍‌ ବ୍ରତଧାରୀ ସ୍ନାନ ସମେତ ଅର୍ଘ୍ୟ ଅର୍ପଣ କରିବାକୁ ଗଣ୍ଡକ ନଦୀକୁ ଯାଇଥାନ୍ତି। ମାତ୍ର ଚଳିତ ବର୍ଷ ଗଣ୍ଡକ ନଦୀରେ ବୁଲୁଛନ୍ତି ମାଳ ମାଳ କୁମ୍ଭୀର।

Chhat Puja

Chhat Puja

Advertisment

ଆଜିଠୁ ଆରମ୍ଭ ହେଉଛି ଛଟ୍‌ ପୂଜା ପର୍ବ। ଏହାକୁ ନେଇ ବ୍ରତଧାରୀମାନେ ଖୁବ୍‌ ଉତ୍ସାହିତ ଥିବା ବେଳେ ସେମାନଙ୍କ ଟେନସନ୍‌ ବଢ଼ାଇଇନ୍ତି କୁମ୍ଭୀର । ଛଟ୍‌ ବ୍ରତଧାରୀ ସକାଳୁ ଅର୍ଘ୍ୟ ଅର୍ପଣ କରିବାକୁ ନଦୀକୁ ଯାଉଥିବା ବେଳେ ସେଠାରେ ବୁଲୁଛନ୍ତି ମାଳ ମାଳ କୁମ୍ଭୀର। ଫଳରେ ପ୍ରଶାସନ ପକ୍ଷରୁ ତିଆରି ବାରିକେଡ ମଧ୍ୟରେ ହିଁ ସେମାନଙ୍କୁ ସବୁ ରୀତିନୀତ ପାଳନ କରିବାକୁ ପଡ଼ୁଛି। ଏପରି ଏକ ଘଟଣା ବିହାରର ଗୋପାଳଗଞ୍ଜ ଅଞ୍ଚଳରେ ଥିବା ଗଣ୍ଡକ ନଦୀ କୂଳରେ ଦେଖିବାକୁ ମିଳିଛି।

Advertisment

ପ୍ରତି ବର୍ଷ ବହୁ ସଂଖ୍ୟାରେ ଛଟ୍‌ ବ୍ରତଧାରୀ ସ୍ନାନ ସମେତ ଅର୍ଘ୍ୟ ଅର୍ପଣ କରିବାକୁ ଗଣ୍ଡକ ନଦୀକୁ ଯାଇଥାନ୍ତି। ମାତ୍ର ଚଳିତ ବର୍ଷ ଗଣ୍ଡକ ନଦୀରେ ବୁଲୁଛନ୍ତି ମାଳ ମାଳ କୁମ୍ଭୀର।

ଏହାକୁ ଦୃଷ୍ଟିରେ ରଖି ନଦୀ କୂଳକୁ ଚାରିପଟୁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାରିକେଡ କରି ଦିଆଯାଇଛି। ଉକ୍ତ ବ୍ୟାରିକେଡ ମଧ୍ୟରେ ହିଁ ନିଜର ସମସ୍ତ ରୀତିନୀତି ସାରିବାକୁ ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି। ଏପରକି ପ୍ରଶାସନ ତରଫରୁ ନଦୀ କୂଳରେ ବ୍ୟାନର ଲଗାଯାଇ ଲୋକଙ୍କୁ ସଚେତନ କରାଯାଉଛି।

Advertisment

ଏପରି ସ୍ଥଳେ ଲୋକେ ଭୟଭୀତ ହୋଇ ନଦୀକୂଳକୁ ଯାଉଥିବା ଦେଖିବାକୁ ମିଳୁଛି। କୌଣସି ଅଘଟଣ ଆଶଙ୍କାରେ ନଦୀ କୂଳରେ SDRF ଟିମ୍‌କୁ ମଧ୍ୟ ମୁତୟନ କରାଯାଇଛି। 

Bihar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe