Advertisment

କ୍ଷେତ ଖାଇଗଲା ଚକଡ଼ା ପୋକ; ଚିନ୍ତାରେ ଚାଷୀ

ଜିଲ୍ଲାର ୧୧ଟି ବ୍ଲକ୍‌ର ୨୦୮ ହେକ୍ଟର ଧାନ କ୍ଷେତରେ ଚକଡ଼ା (ମାଟିଆଗୁଣ୍ଡି) ପୋକ ଲାଗିଛି। ଯାହାଫଳରେ ଧାନ ଫସଲ ନଷ୍ଟ ହେବାକୁ ବସିଛି। ଯାହାକୁ ନେଇ ଚାଷୀ ଚିନ୍ତାରେ ପଡ଼ି ଯାଇଛନ୍ତି।

Keonjhar

Keonjhar

Advertisment

ଇନ୍ଦ୍ରଦେବ ଦୟା ଦେଖାଇଥିବାରୁ ଭଲ ବର୍ଷା ହୋଇଥିଲା। ଭଲ ଧାନ ଚାଷ ମଧ୍ୟ ହୋଇଥିଲା। ଏଥର ଭଲ ଅମଳ ହେବ ବୋଲି କେତେ ସ୍ୱପ୍ନ ଦେଖୁଥିଲା ଚାଷୀ। ହେଲେ ଚାଷୀଙ୍କ ସବୁ ଆଶା ପାଣିରେ ମିଳାଇ ଯିବାକୁ ବସିଛି। କାରଣ ଚାଷ ଜମିରେ ମାଡ଼ି ଚାଲିଛି ଚକଡ଼ା ପୋକ। ହେକ୍ଟର ହେକ୍ଟର ଚାଷ ଜମି ବର୍ତ୍ତମାନ ଚକଡ଼ା ପୋକ ଧାନଙ୍କ କବ୍‌ଜାରେ। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Advertisment

ଚଳିତବର୍ଷ କେନ୍ଦୁଝର ଜିଲ୍ଲାରେ ଭଲ ବର୍ଷା ହୋଇଥିଲା। ପାଣିପାଗକୁ ଦେଖି ଧାନ ଚାଷ କରିଥିଲେ ଚାଷୀ। ଭଲ ଅମଳ ହେବ ବୋଲି ଚାଷୀ ଅଶା ରଖିଥିଲେ। ଜିଲ୍ଲାରେ ଏବର୍ଷ ମୋଟ୍‌ ୧ ଲକ୍ଷ ୫୬ ହଜାର ହେକ୍ଟରରୁ ଅଧିକ ଜମିରେ ଧାନ ଚାଷ ହୋଇଥିଲା। ଆଉ ଅଳ୍ପ ଦିନ ପରେ ଚାଷୀ ତା’ର ପରିଶ୍ରମର ଫଳ ପାଇଥାଆନ୍ତା। ହେଲେ ତା’ ପୂର୍ବରୁ ସବୁ ସାରିଦେଲା ଚକଡ଼ା ପୋକ।

ଜିଲ୍ଲାର ୧୧ଟି ବ୍ଲକ୍‌ର ୨୦୮ ହେକ୍ଟର ଧାନ କ୍ଷେତରେ ଚକଡ଼ା (ମାଟିଆଗୁଣ୍ଡି) ପୋକ ଲାଗିଛି। ଯାହାଫଳରେ ଧାନ ଫସଲ ନଷ୍ଟ ହେବାକୁ ବସିଛି। ଯାହାକୁ ନେଇ ଚାଷୀ ଚିନ୍ତାରେ ପଡ଼ି ଯାଇଛନ୍ତି। ପୋକ ଧାନ କେଣ୍ଡାରେ ପଶି ଶଶକୁ ଖାଇ ଯାଉଛନ୍ତି। ଯେଉଁଥିପାଇଁ ଅସମୟରେ ଧାନ ପାଚିଲା ଭଳି ଦେଖାଯାଉଛି।

Advertisment

କ୍ଷତିଗ୍ରସ୍ତ ଚାଷୀ ଗୌତମ ସାହୁ କହିଛନ୍ତି, ଧାନ ଗର୍ଭ ସମୟରେ ଚକଡ଼ା ପୋକମାନେ ଲାଗି ଯାଉଛି। ବାୟୁମଣ୍ଡଳ ଥଣ୍ଡା ଥିଲେ ପୋକ ଲାଗିନଥାଆନ୍ତା। ବାୟୁମଣ୍ଡଳ ଗରମ ଯୋଗୁ ପୋକ ଲାଗି ଯାଉଛି। ଏହି ପୋକ ଲାଗିଲେ କିଛି ମିଳିବ ନାହିଁ। ମୋର ୨ ଏକରରୁ ଅଧିକ ଜମିରେ ଚକଡ଼ା ପୋକ ଲାଗିଛି ବୋଲି ଶ୍ରୀ ସାହୁ କହିଛନ୍ତି।

କ୍ଷତିଗ୍ରସ୍ତ ଚାଷୀ ଯଦୁମଣି ନାଏକ କହିଛନ୍ତି, ଚକଡ଼ା ପୋକ ଲାଗିବା ପରେ ଔଷଧ ସିଞ୍ଚନ କରିଥିଲୁ। ହେଲେ କିଛି ଲାଭ ମିଳିଲା ନାହିଁ। ଧାନ ଚାଷ ପୂରା ନଷ୍ଟ ହୋଇଛି। ଖଳାକୁ କିଛି ଆସିଲା ପରି ଲାଗୁନି। ମୋର ଗୋଟିଏ ହେକ୍ଟରରୁ ଅଧିକ ଜମି ନଷ୍ଟ ହୋଇଛି ବୋଲି ଶ୍ରୀ ନାଏକ କହିଛନ୍ତି।

ଚକଡା ପୋକ ଲାଗିବା ସମ୍ପର୍କରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମିହିର ରଞ୍ଜନ ସାହୁ କହିଛନ୍ତି, ଚାଷିମାନଙ୍କୁ ଚକଡା ପୋକ ସମ୍ପର୍କରେ ସଚେତନ କରାଯାଉଛି। ସରକାରଙ୍କ ପକ୍ଷରୁ ୫୦ ପ୍ରତିଶତ ରିହାତି ମୂଲ୍ୟରେ ଔଷଧ ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି।

ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ ପାଣି

Keonjhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe