Advertisment

୧୩୯ ନମ୍ୱର ବୁଥ୍‌ରେ କ୍ରସ୍‌ ଭୋଟିଂ! ଉତ୍ତେଜନା

ମତଦାନ ଚାଲିଥିବା ବେଳେ ବଳଭଦ୍ରପୁର ପଞ୍ଚାୟତର ୨୧ ନମ୍ବର ବୁଥ୍‌ ବାଲ୍ଲିପାହାଡ ସ୍କୁଲର ପ୍ରିଜାଇଡିଂ ଅଫିସର୍‌ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ବୈଦେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

author-image
Manoranjan Sial
Banki

Banki

ମତଦାନ ଚାଲିଥିବା ବେଳେ କ୍ରସ୍‌ ଭୋଟିଂ ହୋଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ବୁଥ୍‌ରେ ଉତ୍ତେଜନା ପ୍ରକାଶ ପାଇଛି। ଏପରି ଅଭିଯୋଗ କଟକ ଜିଲ୍ଲା ବାଙ୍କୀ ନିର୍ବାଚନମଣ୍ଡଳୀରୁ ଆସିଛି। ବୁଝାସୁଝା ପରେ ପୁନର୍ବାର ମତଦାନ ଚାଲିଥିବା ଜଣାପଡ଼ିଛି।

Advertisment

ପୂର୍ବ ନିର୍ଦ୍ଧାରିତ ସମୟରେ କଦଳୀବାଡ଼ି ପଞ୍ଚାୟତର ୧୩୯ ନମ୍ୱର ବୁଥ୍‌ରେ ଆଜି ସକାଳେ ମତଦାନ ଆରମ୍ଭ ହୋଇଥିଲା। ଲୋକମାନେ ଶୃଙ୍ଖଳିତ ଭାବେ ଆସି ଗଣତନ୍ତ୍ରର ମହାନ ପର୍ବରେ ସାମିଲ୍‌ ହେଉଥିଲେ। ମତଦାନ ଚାଲିଥିବା ବେଳେ ହଠାତ୍‌ କ୍ରସ୍‌ ଭୋଟିଂର ଅଭିଯୋଗ ଆସିଥିଲା। ଏହାକୁ ନେଇ ବୁଥ୍‌ରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ମହିଳାମାନେ ପ୍ରିଜାଇଡିଂ ଅଫିସରଙ୍କୁ ଘେରିଥିଲେ। ବୁଥ୍‌ରେ ମୁତୟନ ଥିବା ସୁରକ୍ଷା କର୍ମୀ ବୁଝାସୁଝା କରିବା ପରେ ମତଦାନ ଚାଲିଥିବା ଜଣାପଡ଼ିଛି।

ସେପଟେ ମତଦାନ ଚାଲିଥିବା ବେଳେ ବଳଭଦ୍ରପୁର ପଞ୍ଚାୟତର ୨୧ ନମ୍ବର ବୁଥ୍‌ ବାଲ୍ଲିପାହାଡ ସ୍କୁଲର ପ୍ରିଜାଇଡିଂ ଅଫିସର୍‌ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ବୈଦେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁଥିପାଇଁ କିଛି ସମୟ ମତଦାନ ବନ୍ଦ ରହିଥିଲା। ପରେ ମତଦାନ ଆରମ୍ଭ ହୋଇଥିଲା। ସେହି ବୁଥ୍‌ରେ ମତଦାନ ଶାନ୍ତିଶୃଙ୍ଖଳାରେ ଚାଲିଥିବା ଜଣାପଡ଼ିଛି।

Advertisment

ବାଙ୍କୀ ନିର୍ବାଚନମଣ୍ଡଳୀର ବାରଙ୍ଗ ବ୍ଲକ୍‌ ଅନ୍ତର୍ଗତ ବ୍ରାହ୍ମଣୀ ଗାଁ ବୁଥ୍‌ ନମ୍ୱର ୨୧୮ରେ ଦେଢ଼ ଘଣ୍ଟାରୁ ଅଧିକ ଇଭିଏମ୍‌ ମେସିନ୍‌ ଅଚଳ ରହିଥିଲା। ଯେଉଁଥିପାଇଁ ମତଦାନ କରିବାକୁ ଆସିଥିବା ଲୋକମାନେ ଦୀର୍ଘ ସମୟ ଧରି ଧାଡ଼ିରେ ଛିଡ଼ା ହୋଇଥିଲେ। ପରବର୍ତ୍ତୀ ସମୟରେ ଇଭିଏମ୍‌ ମରାମତି କରାଯାଇଥିଲା। ତା’ପରେ ମତଦାନ ଆରମ୍ଭ ହୋଇଥିଲା।

ରିପୋର୍ଟ-ବାଙ୍କୀରୁ ସଞ୍ଜିପ କୁମାର ନାୟକ

Cuttack General Election 2024 General Election