/odisha-reporter/media/post_attachments/uploadimage/library/16_9/16_9_0/Puri_1711710088.jpg)
Puri
ପୁଣି ଥରେ ଶ୍ରୀମନ୍ଦିର ପ୍ରବେଶ ବେଳେ ଅସମ୍ଭାଳ ଭିଡ଼ ହଇରାଣ ହେଲେ ଶତାଧିକ ଶ୍ରଦ୍ଧାଳୁ। ଆଜି ସକାଳୁ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ଏଭଳି ଭିଡ଼ ପରିସ୍ଥିତି ଉପୁଜିଥିଲା।
Advertisment
ପଶ୍ଚିମ ଦ୍ୱାର ଦେଇ କେବଳ ପୁରୀ ବାସିନ୍ଦାଙ୍କୁ ପ୍ରବେଶ ଅନୁମତି ରହିଛି। ହେଲେ ଆଜି କିଛି ସେବାୟତ ମାନେ କିଛି ଶ୍ରଦ୍ଧାଳୁଙ୍କୁ ଏହି ବାଟ ଦେଇ ପ୍ରବେଶ କରାଇଥିବା ଅଭିଯୋଗ ହୋଇଛି। ଏହାପରେ ଦେଖୁ ଦେଖୁ ଭିଡ଼ ଅଧିକ ବଢ଼ିଥିବା ଅଭିଯୋଗ ହେଉଛି। ଖରା ବଢ଼ିଥିବା ବେଳେ ଏଭଳି ଭିଡ଼ ଅନେକ ସମସ୍ୟା ସୃଷ୍ଟି କରିଛି।
ଥରେ ଅଧେ ନୁହେଁ ଏଭଳି ଗଳା ବାଟରେ ବାହାରୁ ଆସିଥିବା ପର୍ଯ୍ୟଟକଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡ଼ା ଯାଉଛି। ଏବେ କେବଳ ସିଂହଦ୍ୱାର ଦେଇ ଭକ୍ତ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଥିବା ବେଳେ ପଶ୍ଚିମ ଦ୍ୱାର ଦେଇ କେବଳ ପୁରୀ ବାସିନ୍ଦାଙ୍କୁ ପ୍ରବେଶ ଅନୁମତି ରହିଛି। ହେଲେ ଏହି ନିୟମକୁ ଖୋଲାଖୋଲି ଉଲ୍ଲଘଂନ ଚାଲିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
