Advertisment

ଘନ ଘନ ବିଜୁଳି କାଟରେ ହନ୍ତସନ୍ତ ଜନତା

ଦୀର୍ଘ ୨୪ ବର୍ଷର ଲମ୍ବା ଶାସନ କାଳ ପରେ ନିର୍ବାଚନୀ ଇସ୍ତାହାରରେ ପ୍ରଥମ ଥର ପାଇଁ ମାଗଣା ବିଜୁଳିର ଲୋଭନୀୟ ପ୍ରତିଶ୍ରୁତି ଦେଇଛି ବିଜୁ ଜନତା ଦଳ।

author-image
Biswajit Samal
Lightning

Lightning

ଦିନ ହେଉକି ରାତି, ହାତପଙ୍ଖାକୁ ଆଉ ବିଶ୍ରାମ ନାହିଁ। ବିଞ୍ଛି ବିଞ୍ଛି ହାତ ଦରଜ ହୋଇଯାଉଛି। ତଥାପି ଝାଳ ଶୁଖୁନି। ଘରେ ପ୍ରତି ରୁମରେ ଫ୍ୟାନ୍ ଥିଲେ କ’ଣ ହେବ, ବିଜୁଳିର ଦେଖା ନାହିଁ। ଗରମରେ ଖାଇବା, ସୂର୍ଯ୍ୟ ଆଲୁଅରେ ପଢିବା, ଅନ୍ଧାରରେ ରହିବା, ଯେମିତି ଅଭ୍ୟାସ ପାଲଟିଗଲାଣି। ଅଧିକ ଗରମ ହେଲେ ଗଛ ତଳ ଭରସା। ସକାଳ, ଦିପହର, ରାତି, ବିଜୁଳି କଟିବାର କିଛି ସମୟ ନାହିଁ। ଥରେ ଯାଉଛି ଯେ, କେତେବେଳେ ଆସିବ କାହାକୁ ଜଣାନାହିଁ। ଘନ ଘନ ଅଘୋଷିତ ବିଜୁଳି କାଟ୍ ପାଇଁ ଅତିଷ୍ଠ ହୋଇ ଗଲେଣି ଲୋକମାନେ।

Advertisment

ଉପାନ୍ତ ଅଞ୍ଜଳରେତ ବିଜୁଳି କଥା ନକହିଲେ ଭଲ। ଦିନକୁ ୭ରୁ ୮ ଘଣ୍ଟା ବିଦ୍ୟୁତ୍ କାଟ୍ ହେଉଛି। ବିଜୁଳି ଉତ୍ପାଦନ ହେଉଥିବା କୋରାପୁଟରରେ ଦିନ ବେଳା ଘଣ୍ଟା ଘଣ୍ଟା ଧରି ବିଜୁଳି କରଟ୍‌ ହେଉଛି। ଖାଇବା ବେଳେ ମୋବାଇଲ ଟର୍ଚ୍ଚ ଭରସା। ପିଲାଛୁଆଙ୍କୁ ଧରି ହନ୍ତସନ୍ତ ହେଉଛନ୍ତି ଲୋକେ। ଢେଙ୍କାନାଳ ସହରରେବି କଲବଲ କରୁଛି ବିଜୁଳି କାଟ୍। ଭୀଷଣ ଗରମ ବେଳେ ବିନା କାରଣରେ ବିନା ଘୋଷଣାରେ ହଠାତ୍ କଟିଯାଉଛି ଲାଇନ୍। ୨୪ ଘଣ୍ଟିଆ ବିଜୁଳି ସେବା ଯେମିତି ସାତସପନ ପାଲଟିଗଲାଣି।

ଦୀର୍ଘ ୨୪ ବର୍ଷର ଲମ୍ବା ଶାସନ କାଳ ପରେ ନିର୍ବାଚନୀ ଇସ୍ତାହାରରେ ପ୍ରଥମ ଥର ପାଇଁ ମାଗଣା ବିଜୁଳିର ଲୋଭନୀୟ ପ୍ରତିଶ୍ରୁତି ଦେଇଛି ବିଜୁ ଜନତା ଦଳ। ଗଣମାଧ୍ୟମରେ ଘନ ଘନ ବିଜ୍ଞାପନ ସହ ନିର୍ବାଚନୀ ସଭାରେ ସମାନ କଥା କହି ବୁଲୁଛନ୍ତି ବିଜେଡି ସୁପ୍ରିମୋ। ଦଳ ଘୋଷଣା କରିଛି, ପୁଣି ବିଜେଡି ସରକାର ଆସିଲେ ମାସିକ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ଖର୍ଚ୍ଚ କରୁଥିବା ଗ୍ରାହକ ଆଦୌ ବିଜୁଳି ବିଲ୍ ଦେବେନାହିଁ। ୧୦୦ରୁ ୧୫୦ ୟୁନିଟ ପର୍ଯ୍ୟନ୍ତ ଖର୍ଚ୍ଚ କଲେ ଗ୍ରାହକଙ୍କ ପାଇଁ ଛାଡ଼ ହେବ ୫୦ ୟୁନିଟ୍। ତେବେ ବିରୋଧୀ କହିଛନ୍ତି, ଏହା କେବଳ ବିଜେଡିର ନିର୍ବାଚନ ଭେଳିକି। ପ୍ରଥମେ ରାଜ୍ୟବାସୀଙ୍କୁ ୨୪ ଘଣ୍ଟିଆ ବିଜୁଳି ଯୋଗାଇ ଦିଅନ୍ତୁ, ତାପରେ ମାଗଣା କଥା କହିବେ।

Advertisment

ବିଦ୍ୟୁତ୍ ଉପଭୋକ୍ତା ମହାସଂଘ କହିଛି, ଲାଇନ୍ ଓ ସବଷ୍ଟେସନର ଲାଇଫ୍ ବୋଲି କିଛିନାହିଁ। ବେଶୀ ଲୋଡ୍ ପଡ଼ିଲେ ଅଟୋମେଟିକାଲି ପୋଡ଼ିଯିବ। ସେଥିପାଇଁ ବିଦ୍ୟୁତ୍ କ୍ଷେତ୍ରରେ ଆଗ ଭିତ୍ତିଭୂମି ମଜବୁତ୍ କରିବାକୁ ପଡ଼ିବ।

Lightning Lightning Cut