Advertisment

ରାଜଧାନୀରେ ଫ୍ଲାଗମାର୍ଚ୍ଚ କଲେ CAPF ଯବାନ

ରାଜମହଲ ଛକରୁ ଶିଶୁଭବନ ଛକ ଯାଏଁ ଫ୍ଲାଗମାର୍ଚ୍ଚ କରିଥିଲେ CAPF ଯବାନ। ଅପରାଧୀ ଓ ଅପରାଧିକ କାର୍ଯ୍ୟକଳାପକୁ ଚେକ୍ ଦେବାର ମୁଖ୍ୟ ଲକ୍ଷ୍ୟ ରଖିଛି CAPF। ଫୋକସରେ ରହିଛି ବସ୍ତି ଅଞ୍ଚଳ ଗୁଡ଼ିକ।

CISF

CISF

Advertisment

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଓଡ଼ିଶାର ବିଭିନ୍ନ ସ୍ଥାନରେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ଫୋର୍ସ (CAPF) ଯବାନମାନେ ପହଞ୍ଚି ସାରିଲେଣି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୫ଟି ଜିଲ୍ଲାରେ ମୁତୟନ ହେବା ପାଇଁ ୧୫ କମ୍ପାନୀ CAPF ଆସିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୬୦ କମ୍ପାନୀ ଫୋର୍ସ ଆସିବେ। ତା’ପୂର୍ବରୁ ପହଞ୍ଚିଥିବା CAPF ଯବାନ ଆଜି ଅପରାହ୍ନରେ ରାଜଧାନୀ ଭୁବନେଶ୍ୱରରେ ଫ୍ଲାଗମାର୍ଚ୍ଚ କରିଛନ୍ତି।

Advertisment

ରାଜମହଲ ଛକରୁ ଶିଶୁଭବନ ଛକ ଯାଏଁ ଫ୍ଲାଗମାର୍ଚ୍ଚ କରିଥିଲେ CAPF ଯବାନ। ଅପରାଧୀ ଓ ଅପରାଧିକ କାର୍ଯ୍ୟକଳାପକୁ ଚେକ୍ ଦେବାର ମୁଖ୍ୟ ଲକ୍ଷ୍ୟ ରଖିଛି CAPF। ଫୋକସରେ ରହିଛି ବସ୍ତି ଅଞ୍ଚଳ ଗୁଡ଼ିକ। ଭୁବନେଶ୍ୱରରେ ବର୍ତ୍ତମାନ ଯାଏଁ ପହଞ୍ଚିଥିବା ଗୋଟିଏ କମ୍ପାନୀ CAPF ଯବାନ ଆଜି ଏହି ଫ୍ଲାଗମାର୍ଚ୍ଚ କରିଥିଲେ। ଏଭଳି ଭାବେ ନିର୍ବାଚନ ଯାଏଁ ସପ୍ତାହେକୁ ୨-୩ ଥର ଫ୍ଲାଗମାର୍ଚ୍ଚ କରିବେ ବୋଲି ସୂଚନା ମିଳିଛି।

ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଏଭଳି ଭାବେ ମୁତୟନ ହେବେ ୩ ଲକ୍ଷ ୪୦ ହଜାର CAPF ଯବାନ। ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ସ୍ଥାନରେ ୨ ହଜାର କମ୍ପାନୀ ବା ୨ ଲକ୍ଷ ଯବାନ ମୁତୟନ ହେବେ। ନକ୍ସଲ ହିଂସା ପ୍ରଭାବିତ ରାଜ୍ୟ ସମେତ ପଶ୍ଚିମବଙ୍ଗ ଓ ଜାମ୍ମୁ-କାଶ୍ମୀରରେ ପ୍ରଥମ ପର୍ଯ୍ୟାୟରେ ଫୋର୍ସ ମୁତୟନ ହେବେ। ଅବାଧ ଓ ମୁକ୍ତ ନିର୍ବାଚନ ପାଇଁ ୩ ଲକ୍ଷ ୪୦ ହଜାର ଫୋର୍ସ ମୁତୟନ ପାଇଁ, କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ନିର୍ବାଚନ କମିଶନଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା।

Advertisment
Bhubaneswar Bhubaneswar News Loksabha Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe