Advertisment

ଜବରଦଖଲ ଉଚ୍ଛେଦକୁ ବିରୋଧ, ପ୍ରଶାସନ ଲାଗୁ କଲା କର୍ଫ୍ୟୁ

ବାଲେଶ୍ୱରର ଯାଦପୁର, ଅକ୍ତିଆରପୁର ଓ ଭାସ୍କରଗଞ୍ଜ ମୌଜାରେ ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନ କଠୋର ପଦକ୍ଷେପ ନେଇଛି । ସେହି ସ୍ଥାନରେ ତୃତୀୟ ଲାଇନ କାମରେ ବାଧକ ସାଜିଛନ୍ତି ଜବରଦଖଲକାରୀ ।

author-image
Niharika Rout
ଅଦ୍ୟତନ ହୋଇଛି
Eviction

Eviction

ଜବରଦଖଲ ଉଚ୍ଛେଦ ପାଇଁ ବାଲେଶ୍ୱରରେ କର୍ଫ୍ୟୁ । ବାଲେଶ୍ୱରର ଯାଦପୁର, ଅକ୍ତିଆରପୁର ଓ ଭାସ୍କରଗଞ୍ଜ ମୌଜାରେ ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନ କଠୋର ପଦକ୍ଷେପ ନେଇଛି । ସେହି ସ୍ଥାନରେ ତୃତୀୟ ଲାଇନ କାମରେ ବାଧକ ସାଜିଛନ୍ତି ଜବରଦଖଲକାରୀ ।

Advertisment

ଜବରଦଖଲକୁ ଉଚ୍ଛେଦ କରିବାକୁ ପ୍ରଶାସନ ଜରୁରୀକାଳୀନ କର୍ଫ୍ୟୁ ଜାରି କରିଛି । ଆଜି ଓ କାଲି ଭୋର ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ । ଅରଡ ବଜାରଠାରୁ ପରିବା ମାର୍କେଟ, ହରିପୁରଠାରୁ ଦର୍ଜି ପୋଖରୀ ଛକ, କଷ୍ମିଳା ପୋଲଠାରୁ ଫୁଲାଡି ଛକ, ନୁଆବଜାର ରେଳ ଫାଟକ ଓ ଗଳା ପୋଲଠାରୁ ନୂଆବଜାର ପରିବା ମାର୍କେଟର ଉଭୟେ ପାର୍ଶ୍ୱ ରାସ୍ତାରେ ବିଏନଏସର ଧାରା 163 ଓ କର୍ଫ୍ୟୁ ଜାରି କରିଛି ଜିଲ୍ଲା ପ୍ରଶାସନ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଭୋର ୪ଟାରୁ ରାତି ୧୦ଟା ଓ ଆସନ୍ତା କାଲି ଭୋର ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି କଟକଣା ଜାରୀ କରିଥିବା ସୂଚନା ଦେଇଛନ୍ତି ବାଲେଶ୍ଵର ଅତିରିକ୍ତ ଜିଲ୍ଲାପାଳ। ଉଚ୍ଛେଦ ବେଳେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆ ଯାଇଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ। ସେଥିପାଇଁ ସକାଳୁ ସକାଳୁ ରେଳ ଲାଇନ କଡ଼ରେ ରହୁଥିବା ଲୋକମାନେ ଘରୁ ସେମାନଙ୍କ ଆସବାବପତ୍ର ଅନ୍ୟତ୍ର ନେବାରେ ଲାଗିପଡିଛନ୍ତି।

Advertisment

କର୍ଫ୍ୟୁ ସମୟରେ ଏକାଧିକ ବ୍ୟକ୍ତି ଏକତ୍ରିତ ହେବା, ସଭା, ଶୋଭାଯାତ୍ରା କରିବାକୁ ବାରଣ କରାଯାଇଛି। ଉଚ୍ଛେଦ ବେଳେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆ ଯାଇଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ।

Balasore Curfew