Advertisment

କଟକ ଦୁର୍ଗାପୂଜା: ଉଚ୍ଚ ତୋରଣ ଉପରେ ହାଇକୋର୍ଟଙ୍କ କଟକଣା

ତୋରଣଗୁଡ଼ିକର ଉଚ୍ଚତା ଓ ସୁରକ୍ଷାକୁ ନେଇ ପଦକ୍ଷେପ ନେବେ ଜିଲ୍ଲାପାଳ। ପୂଜାରେ ତୋରଣ ଏବଂ ସୁରକ୍ଷା ସମ୍ପର୍କିତ ଅନୁମତି ପାଇଁ ହେବ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା।

author-image
Jitendra Garnayak
Odisha High Court

Odisha High Court

ପାର୍ବଣରେ ଉଚ୍ଚ ତୋରଣକୁ ବାରଣ। ରାସ୍ତା ଅବରୋଧ କରୁଥିବା ତୋରଣ ଓ ଲାଇଟ୍‌ ଗେଟ୍‌କୁ ମଧ୍ୟ ବାରଣ କାରିଛନ୍ତି ହାଇକୋର୍ଟ। ପାର୍ବଣ ସମୟରେ ଉପୁଜୁଥିବା ସମସ୍ୟାକୁ ଦୃଷ୍ଟିରେ ରଖି କଟକ ସହର ସମସ୍ୟା ସମ୍ପର୍କିତ ମାମଲାରେ ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

Advertisment

ତୋରଣଗୁଡ଼ିକର ଉଚ୍ଚତା ଓ ସୁରକ୍ଷାକୁ ନେଇ ପଦକ୍ଷେପ ନେବେ ଜିଲ୍ଲାପାଳ। ପୂଜାରେ ତୋରଣ ଏବଂ ସୁରକ୍ଷା ସମ୍ପର୍କିତ ଅନୁମତି ପାଇଁ ହେବ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା। ତୋରଣ ନିର୍ମାଣ ପୂର୍ବରୁ ପୂଜା କମିଟିଙ୍କ ଠାରୁ ତୋରଣର ନକ୍ସା ମଗାଯିବ ବୋଲି କୋର୍ଟଙ୍କୁ ଅବଗତ କରାଇଛନ୍ତି କଟକ ଜିଲ୍ଲାପାଳ। ପୂଜା କମିଟି ପ୍ରସ୍ତୁତି ବୈଠକରେ ଏହି ସବୁ କଥା ଉପସ୍ଥାପିତ କରିବାକୁ ବୋଲି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ଏହାବ୍ୟତୀତ ପୂଜାରେ ଶବ୍ଦ ପ୍ରଦୂଷଣ ନେଇ ଚିନ୍ତାପ୍ରକଟ କରିଛନ୍ତି କୋର୍ଟ। ଶବ୍ଦ ପ୍ରଦୂଷଣକୁ ୬୫ ଡେସିବିଲ ମଧ୍ୟରେ ସୀମିତ ରଖିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

Advertisment

ପାର୍ବଣ ଆସୁଥିବା ବେଳେ ସହରର ରାସ୍ତାଘାଟର ସମସ୍ୟା ନେଇ ବିରକ୍ତି ପ୍ରକାଶ କରିଛନ୍ତି ହାଇକୋର୍ଟ। ପାର୍ବଣ ସମୟରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବା ପାଇଁ ୱାଟକୋକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପାର୍ବଣ ସମୟରେ ବାସି ଖାଦ୍ୟ ବିକ୍ରି ଉପରେ ନଜର ରଖିବାକୁ ସିଏମସିକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି, ଜୋର ଜବରଦସ୍ତ ପୂଜା ଚାନ୍ଦା ଆଦାୟ ଦିଗରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବା ପାଇଁ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

High Court Durga Puja