Advertisment

ଜରିପାଲ ତଳେ ଭାଷଣ ଦେଲେ ମହାମହିମ

ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ବେଳେ ବ୍ୟାପକ ଅବ୍ୟବସ୍ଥା ।

author-image
Niranjan Mishra
ଅଦ୍ୟତନ ହୋଇଛି
Polythene cover over the indoor stadium

Polythene cover over the indoor stadium

କଟକରେ ଜରିପାଲ ତଳେ ଅଭିଭାଷଣ ଦେଲେ ରାଷ୍ଟ୍ରପତି । ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ବେଳେ ବ୍ୟାପକ ଅବ୍ୟବସ୍ଥା । ଇନଡୋର ଷ୍ଟାଡିୟମର ଛାତ ଭାଙ୍ଗି ଯାଇଥିବାରୁ ଏହା ଉପରେ ଜରିପାଲ ଘୋଡା ଯାଇଥିବା ଦେଖିବାକୁ ମିଳିଛି । ଅନେକ ଦିନରୁ ଷ୍ଟାଡିୟମ ଛାତ ନଷ୍ଟ ହୋଇଥିଲେ ବି ମରାମତି ହୋଇନି।

Advertisment

ଏପରକି ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପାଇଁ ଛାତରେ ପାଲ ଘୋଡ଼େଇ କାମ ଚଳାଇ ଦିଆଯାଇଛି। ୨ ମାସ ପୂର୍ବରୁ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ବେଳେ କାହିଁକି ମରାମତି ହୋଇନି ବୋଲି ଆଇନଜୀବୀ ପ୍ରଶ୍ନ ଉଠାଇଛନ୍ତି। ଗତବର୍ଷ ଅଗଷ୍ଟରେ ଅମିତ ଶାହାଙ୍କ କାର୍ଯ୍ୟକ୍ରମ ବେଳେ ବି ଏମିତି ଜରିପାଲ ପକାଯାଇଥିବା ଦେଖିବାକୁ ମିଳିଥିଲା । 

ଏଭଳି ସ୍ଥିତି ନେଇ ହାଇକୋର୍ଟ ଆଇନଜୀବୀ ରବୀନ୍ଦ୍ର ନାଥ ପାଲ କଡ଼ା ପ୍ରଶାସନିକ ପଦକ୍ଷେପକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି, ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପାଇଁ ଏଭଳି ଅବସ୍ଥା ଦେଖି ଦୁଃଖ ଲାଗିଲା। ରାଷ୍ଟ୍ରପତି କଟକ ଆସିବା ୨ ମାସ ତଳୁ ଜଣାପଡ଼ିଲାଣି। ରାଜ୍ୟ ସରକାର କଣ ୨ ମାସ ହେଲା ମରାମତି ପାଇଁ ସମୟ ପାଇଲେନି। ସରକାରଙ୍କ ଏଭଳି ଆଚରଣ ଆମକୁ ଦୁଃଖିତ କରିଛି।

Advertisment

ଆଜି କଟକ ଇନଡୋର ଷ୍ଟାଡିୟମରେ ଆୟୋଜିତ ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ସହ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍, ଓଡ଼ିଶା ଉଚ୍ଚ ନ୍ୟାୟଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଡକ୍ଟର ଏସ ମୁରଲୀଧର, ବାର ଆସୋସିଏସନର ସଭାପତି ଧରଣୀଧର ନାୟକ ଓ ରାଜ୍ୟ ଆଇନମନ୍ତ୍ରୀ ଜଗନ୍ନାଥ ସାରକା। ଉତ୍ସବରେ ଆଡଭୋକେଟ ଜେନେରାଲ, ବାର୍ କାଉନସିଲ୍ ଅଧ୍ୟକ୍ଷ, ହାଇକୋର୍ଟର ସମସ୍ତ ବିଚାରପତି ଓ ବରିଷ୍ଠ ଆଇନଜୀବୀ ପ୍ରମୁଖ ଉପସ୍ଥିତ ଥିଲେ।

Cuttack President Of India Droupadi Murmu