Advertisment

ମହାପ୍ରଭୁଙ୍କୁ ହାତ ଯୋଡ଼ି କ୍ଷମା ମାଗିଲେ ଯାତ୍ରା ଷ୍ଟାର ଦୈତାରୀ ପଣ୍ଡା

ଦୈତାରୀ ପଣ୍ଡାଙ୍କ ସମେତ ବହୁ କଳାକାର ଗତ ୨୯ ତାରିଖରେ ବିଜେଡିରେ ମିଶିଥିଲେ। ବିଜେଡିରେ ମିଶିବା ପରେ ଭାବପ୍ରବଣ ହୋଇ ଦୈତାରୀ ପଣ୍ଡା ଗଣମାଧ୍ୟମରେ କହୁ କହୁ କହିଦେଇଥିଲେ “ଓଡ଼ିଶାର ଜଗନ୍ନାଥ ନବୀନ ପଟ୍ଟନାୟକ”।

ଅଦ୍ୟତନ ହୋଇଛି
Daitari Panda

Daitari Panda

Advertisment

“ଓଡ଼ିଶାର ଜଗନ୍ନାଥ ନବୀନ ପଟ୍ଟନାୟକ” କହି ସମାଲୋଚନାରେ ଶିକାର ହେବା ପରେ ଆଜି ଶ୍ରୀକ୍ଷେତ୍ର ଯାଇ କ୍ଷମା ମାଗିଛନ୍ତି ଯାତ୍ରା ସୁପରଷ୍ଟାର ଦୈତାରୀ ପଣ୍ଡା। ଜୀବନରେ ଆଉ ଏପରି କେବେ କହିବେ ନାହିଁ ବୋଲି କହିଛନ୍ତି। ଏଥିସହ ସାଢ଼ ୪ କୋଟି ଓଡ଼ିଆଙ୍କୁ ମଧ୍ୟ ହାତ ଯୋଡ଼ି କ୍ଷମା ମାଗିଛନ୍ତି।

Advertisment

ଆଜି ଯାତ୍ରା ସୁପରଷ୍ଟାର ଦୈତାରୀ ପଣ୍ଡା ସପରିବାରେ ଶ୍ରୀକ୍ଷେତ୍ର ଯାଇଥିଲେ। ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ। ପରେ ମହାପ୍ରଭୁଙ୍କୁ ଦର୍ଶନ କରି କ୍ଷମା ମାଗିଥିଲେ।

ମହାପ୍ରଭୁଙ୍କୁ କ୍ଷମା ମାଗିବା ପରେ ଶ୍ରୀ ପଣ୍ଡା କହିଛନ୍ତି, ଭାବପ୍ରବଣ ହୋଇ ଓଡ଼ିଶାର ଜଗନ୍ନାଥ ନବୀନ ପଟ୍ଟନାୟକ କହିଦେଇଥିଲି। ସେଥିପାଇଁ ଆଜି ପଶ୍ଚାତାପ କଲି। ଆଜି ମହାପ୍ରଭୁଙ୍କ ପାଖରେ କ୍ଷମା ମାଗିଲି। ଦର୍ଶକମାନେ ମୋତେ ଯେମିତି ଭଲ ପାଇବା ଦେଉଥିଲେ, ଠିକ୍‌ ସେମିତି ଭଲ ପାଇବା ଦିଅନ୍ତୁ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

Advertisment

ଦୈତାରୀ ପଣ୍ଡା ଆହୁରି କହିଛନ୍ତି, ମୁଁ ସେମିତିକା ମଣିଷ ନୁହେଁ। ମୁଁ ମଣିଷଙ୍କୁ ଭଲ ପାଏ। ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ମୋ ପ୍ରାଣର ଠାକୁର। ଆଜି ମହାପ୍ରଭୁଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଲି। ଆଉ ମହାପ୍ରଭୁଙ୍କୁ ହାତଯୋଡ଼ି କହିଲି, ହେ ପ୍ରଭୁ ମୁଁ ଭୁଲ୍‌ କରିଛି। ମୋତେ କ୍ଷମା କରିଦିଅ। ସାଢ଼େ କୋଟି ଓଡ଼ିଆଙ୍କ ମନରେ ଆଘାତ ଦେଇଛି। ସେମାନଙ୍କୁ ମଧ୍ୟ କ୍ଷମା ମାଗୁଛି ବୋଲି ଦୈତାରୀ ପଣ୍ଡା କହିଛନ୍ତି।

ଦୈତାରୀ ପଣ୍ଡାଙ୍କ ସମେତ ବହୁ କଳାକାର ଗତ ୨୯ ତାରିଖରେ ବିଜେଡିରେ ମିଶିଥିଲେ। ବିଜେଡିରେ ମିଶିବା ପରେ ଭାବପ୍ରବଣ ହୋଇ ଦୈତାରୀ ପଣ୍ଡା ଗଣମାଧ୍ୟମରେ କହୁ କହୁ କହିଦେଇଥିଲେ “ଓଡ଼ିଶାର ଜଗନ୍ନାଥ ନବୀନ ପଟ୍ଟନାୟକ”। ଏହି ଖବର ପ୍ରଚାରିତ ହେବା ପରେ ସୋଶାଲ ମିଡ଼ିଆରେ ଝଡ଼ ସୃଷ୍ଟି ହୋଇଥିଲା। ଯିଏ ଯେମିତି ପାରିଲା ଦୈତାରୀ ପଣ୍ଡାଙ୍କୁ ଧୋଇଥିଲେ। ଏପରିକି ତାଙ୍କ ନାଁରେ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଦୌତାରୀ ପଣ୍ଡା ଆଜି ମହାପ୍ରଭୁଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଛନ୍ତି।

Puri Shreemandir Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe