Advertisment

୩ ବର୍ଷରେ ଭୁଶୁଡ଼ି ପଡ଼ିଲା ୩ କୋଟିର ଡ୍ୟାମ, ପାଣି ପାଇଁ ଲୋକେ ହନ୍ତସନ୍ତ

ମାତ୍ର ୩ ବର୍ଷରେ ଭୁଶୁଡ଼ି ପଡ଼ିଲା ୩ କୋଟିର ଡ୍ୟାମ । ଡ୍ୟାମରେ ଏକ ବିରାଟକାୟ ଘଳିଆ ସୃଷ୍ଟି ହୋଇ ବନ୍ଦ ହେଲା ଜଳଯୋଗାଣ।

Dam Collapse

Dam Collapse

Advertisment

ମାତ୍ର ୩ ବର୍ଷରେ ଭୁଶୁଡ଼ି ପଡ଼ିଲା ୩ କୋଟିର ଡ୍ୟାମ । ଡ୍ୟାମରେ ଏକ ବିରାଟକାୟ ଘଳିଆ ସୃଷ୍ଟି ହୋଇ ବନ୍ଦ ହେଲା ଜଳଯୋଗାଣ। ଫଳରେ ଲୋକେ ପାନୀୟ ଜଳ ନ ପାଇ ହନ୍ତସନ୍ତ ହେଉଥିବା ବେଳେ ଅଧିକାରୀ କହୁଛନ୍ତି ସାମାନ୍ୟ ଲିକ୍‌ ହୋଇଛି, ମରାମତି ହୋଇଯିବ। ଏପରି ଏକ ଘଟଣା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ଅନ୍ତର୍ଗତ ରେକୁଳା ଗାଁରେ ଦେଖିବାକୁ ମିଳିଛି।

Advertisment

ରେକୁଳା ଗାଁରେ ପ୍ରବାହିତ ହେଉଥିବା ରାମିଆଳ ନଦୀରେ ପ୍ରାୟ ୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଡ୍ୟାମଟି ଭୁଶୁଡି ଯାଇଛି । ନଦୀର ଡ୍ୟାମରେ ଏକ ବିରାଟକାୟ ଘୋଳିଆ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଦୁଇ ସାଇଡ ଟୋ-ୱାଲ୍ ଗୁଡିକ ମଧ୍ୟ ଭୁଶୁଡି ପଡିଛି । ଯାହା ଫଳରେ ରାମିଆଳ ନଦୀରେ ଜଳପତନ ସମ୍ପୂର୍ଣ୍ଣ ହ୍ରାସ ପାଇଛି। ଏହା ଦ୍ଵାରା କାମାକ୍ଷାନଗର ଏନଏସିରେ ପାନୀୟ ଜଳ ଯୋଗାଣ ସମ୍ପୂର୍ଣ୍ଣ ଠପ ହୋଇଯାଇଛି ।

ଏନଏସିର ୧୫ ଗୋଟି ୱାର୍ଡର ବାସିନ୍ଦା ନଦୀ ଜଳ ଉପରେ ନିର୍ଭର କରି ଆସୁଛନ୍ତି । ରାମିଆଳ ନଦୀରୁ ଏନଏସିର ଘର ଘରକୁ ପାନୀୟ ଜଳ ଯୋଗାଣ କରୁଥିବା ବେଳେ ଏବେ ତାହା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ିଛି।

Advertisment

୨୦୧୯-୨୦୨୦ ମସିହାରେ ପ୍ରାୟ ୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଡ୍ୟାମଟି ଭୁଶୁଡି ଯିବା ଯୋଗୁଁ ଚିନ୍ତା ପ୍ରକଟ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଠିକାଦାର ଓ ବିଭାଗୀୟ ଅଧିକାରୀମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏପରି ଘଟଣା ସାମ୍ନାକୁ ଆସିଛି । ଏ ନେଇ ସ୍ଥାନୀୟ ଠିକାଦାର ମୁହଁ ଖୋଲି ନଥିବା ବେଳେ ଘଟଣାଟିର ତଦନ୍ତ ଚାଲିଥିବା କହିଛନ୍ତି ବିଭାଗୀୟ ଅଧିକାରୀ ।

ୱାର୍ଡବାସିନ୍ଦାଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ପିଏଚଡି କର୍ତ୍ତୃପକ୍ଷ ମେସିନ ଲଗାଇ ବ୍ୟବସ୍ଥା କରୁଥିବା ଦେଖିବାକୁ ମିଳିଛି । ତେବେ ଏଥିନିମନ୍ତେ ଆଉ କିଛି ଦିନ ସମୟ ଲାଗିବ ବୋଲି ଅନୁମାନ କରାଯାଇଛି।

Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe