Advertisment

ଡ୍ୟାମରେ ଫାଟକ ସଂଯୋଗୀକରଣ ଯୋଜନା: ୩ବର୍ଷରେ ଖର୍ଚ୍ଚ ହେବ ୨୩୯କୋଟି

ଆଜି ଜଳସମ୍ପଦ ବିଭାଗ ପକ୍ଷରୁ ଜାରି ‘ସଂକଳ୍ପ ପତ୍ର’ ଅନୁସାରେ ଜଳଭଣ୍ଡାରର ସମ୍ପୂର୍ଣ୍ଣ ଜଳଧାରଣ କ୍ଷମତା ଓ ସର୍ବାଧିକ ଜଳସ୍ତର ମଧ୍ୟରେ ଥିବା ପାର୍ଥକ୍ୟକୁ ଦୃଷ୍ଟିରେ ରଖି ଜଳର ଅତିରିକ୍ତ ସଂରକ୍ଷଣ କରାଯାଇପାରିବ ।

ଅଦ୍ୟତନ ହୋଇଛି
Kala Dam

Kala Dam

Advertisment

ରାଜ୍ୟର ସବୁ ଜଳଭଣ୍ଡାରଗୁଡ଼ିକରେ ସ୍ୱୟଂଚାଳିତ ହାଇଡ୍ରୋଲିକ୍ ଗେଟ୍ (ଫାଟକ) ଲଗାଇ ଜଳଭଣ୍ଡାରରେ ଅଧିକ ଜଳ ସଂରକ୍ଷଣ କରିବା ପାଇଁ ମୋହନ ଚରଣ ମାଝୀ ଆଜି ଆଉ ଏକ ନୂଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ‘ଫାଟକବିହୀନ ଡ୍ୟାମରେ ଫାଟକ ସଂଯୋଗୀକରଣ ଯୋଜନା’ରେ ଆସନ୍ତା ୩ବର୍ଷ ମଧ୍ୟରେ ରାଜ୍ୟ ସରକାର ମୋଟ ୨୩୯.୬୦କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ୨୦୨୪-୨୫ରୁ ୨୦୨୬-୨୭ ମସିହା ମଧ୍ୟରେ ଏହି ଅର୍ଥ ଖର୍ଚ୍ଚ କରାଯିବ ।

Advertisment

ଆଜି ଜଳସମ୍ପଦ ବିଭାଗ ପକ୍ଷରୁ ଜାରି ‘ସଂକଳ୍ପ ପତ୍ର’ ଅନୁସାରେ ଜଳଭଣ୍ଡାରର ସମ୍ପୂର୍ଣ୍ଣ ଜଳଧାରଣ କ୍ଷମତା ଓ ସର୍ବାଧିକ ଜଳସ୍ତର ମଧ୍ୟରେ ଥିବା ପାର୍ଥକ୍ୟକୁ ଦୃଷ୍ଟିରେ ରଖି ଜଳର ଅତିରିକ୍ତ ସଂରକ୍ଷଣ କରାଯାଇପାରିବ । ଯାହାକୁ ପାନୀୟ ଜଳ, ସେଂଚାଂଚଳର ସ୍ଥିରୀକରଣ, ଅତିରିକ୍ତ ସେଚାଂଚଳ ସୃଷ୍ଟି ତଥା ଶିଳ୍ପ ଆବଶ୍ୟକତା ଇତ୍ୟାଦିରେ ବ୍ୟବହୃତ କରିହେବ । ଏହାକୁ ଦୃଷ୍ଟିରେ ରଖି ଜଳର ସର୍ବୋତ୍କୃଷ୍ଟ ବ୍ୟବହାର ପାଇଁ ମହଜୁଦ୍ ଥିବା ‘ଫାଟକବିହୀନ ଡ୍ୟାମରେ ଫାଟକ ସଂଯୋଗୀକରଣ ଯୋଜନା’କୁ ଆସନ୍ତା ୩ବର୍ଷ ପାଇଁ କାର୍ଯ୍ୟକାରୀ କରାଯିବ । ଏଥିରେ ୨୩୯.୬୦କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଏହାଦ୍ୱାରା ୧୯୦୯୭ ହେକ୍ଟର ସେଚାଂଚଳ ସ୍ଥିରୀକରଣ ହେବାସହିତ ୨୭୫୦ହେକ୍ଟର ଅତିରିକ୍ତ ସେଚାଂଚଳ ସୃଷ୍ଟି କରାଯାଇପାରିବ । ଏହି ଯୋଜନା ମାଧ୍ୟମରେ ଜଳଭଣ୍ଡାର ନିଷ୍କାସନ ପଥର ଶୀର୍ଷ ଭାଗରେ କବଜା ଦ୍ୱାରା ଲଗାଯିବାକୁ ଥିବା ସ୍ୱୟଂଚାଳିତ ହାଇଡ୍ରୋଲିକ୍ ଫାଟକ ଭଳି ନୂଆ ଟେକ୍ନୋଲୋଜି ବ୍ୟବହାର କରି ଜଳଭଣ୍ଡାରରେ ଅଧିକ ଜଳ ସଂରକ୍ଷିତ କରିହେବ । ଜମି ଅଧିଗ୍ରହଣ ତଥା ପୁନଃ ଥଇଥାନ ଓ ପୁନର୍ବସତିର କୌଣସି ସମସ୍ୟା ଜଡ଼ିତ ନୁହେଁ କିମ୍ବା ଏହା ପୂର୍ବ ବିଦ୍ୟମାନ ସ୍ପିଲୱେ ତଥା ପ୍ରମୁଖ କାର୍ଯ୍ୟକୁ ମଧ୍ୟ ପ୍ରଭାବିତ କରିବ ନାହିଁ ।

Advertisment

ଏହି ଯୋଜନା ମାଧ୍ୟମରେ ୧୨ଟି ମଧ୍ୟମ ଜଳସେଚନ ପ୍ରକଳ୍ପ ଓ ୪୭ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ପ୍ରାୟତଃ ୧୨୪ ମିଲିୟନ କ୍ୟୁବିକ୍ ମିଟରର ଅତିରିକ୍ତ ଜଳଧାରଣ କ୍ଷମତା ସୃଷ୍ଟି କରାଯିବା ସହ ୧୯୦୯୭ ହେକ୍ଟର ସେଚାଂଚଳ ସ୍ଥିରୀକରଣ ଓ ୨୭୫୦ ହେକ୍ଟର ଅତିରିକ୍ତ ସେଚାଂଚଳ ସୃଷ୍ଟି କରାଯାଇପାରିବ ।

ଜଳଭଣ୍ଡାରରେ ଜଳସ୍ତର ନିୟନ୍ତ୍ରଣ ଦ୍ୱାରା ଜଳାଭାବ ଦୂର ହେବାସହିତ ଜଳର ଗୁଣବତ୍ତାରେ ଉନ୍ନତି ପରିଲକ୍ଷିତ ହେବ । ଏହି ଯୋଜନା ଦ୍ୱାରା ଡ୍ୟାମର ତଳମୁଣ୍ଡରେ ଜଳପ୍ରବାହକୁ ନିୟନ୍ତ୍ରଣ କରାଯାଇ ଜଳର ସର୍ବୋତ୍କୃଷ୍ଟ ବ୍ୟବହାର କରିହେବ । ରାଜ୍ୟ ସରକାରଙ୍କ ନିଜସ୍ୱ ସମ୍ବଳରୁ ଜଳସମ୍ପଦ ବିଭାଗର ଯୋଜନା ପାଣ୍ଠି ମାଧ୍ୟମରେ ୨୦୨୪-୨୫ରୁ ୨୦୨୬-୨୭ରୁ ଏହି ୨୩୯.୬୦କୋଟି ଖର୍ଚ୍ଚ କରାଯିବ ।

Hirakud Dam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe