Advertisment

ଦବିଲା ହୀରାକୁଦ କେନାଲ ଆଡ଼ି ବନ୍ଧ, ତାତିଲେ ଚାଷୀ

କେନାଲର ଆଡ଼ି ବନ୍ଧ ଦବିବା ସ୍ଥାନଠାରୁ ୧୦୦ ମିଟର ଦୂରରେ ରହିଛି ହୀରାକୁଦ ଡ୍ୟାମ୍। ଡ୍ୟାମରୁ ନିର୍ଗତ ପାଣି ହୀରାକୁଦ କେନାଲ ଓ ସମ୍ବଲପୁର କେନାଲ ଯୋଗେ ପ୍ରବାହିତ ହେବା ଫଳରେ ଖରାଦିନେ ହଜାର ହଜାର ହେକ୍ଟର ଜମିରେ ଧାନ ଫସଲ ହେଉଛି।

Hirakud Dam

Hirakud Dam

Advertisment

ହୀରାକୁଦ ଡ୍ୟାମକୁ ଲାଗିଥିବା ହୀରାକୁଦ କେନାଲର ଆଡ଼ି ବନ୍ଧର କିଛି ଅଂଶ ଦବି ଯାଇଛି। ଦବି ଯାଇଥିବା ସ୍ଥାନର ମରାମତି କରାଯିବା ପରିବର୍ତ୍ତେ ବାଲିବସ୍ତା ପକାଇଛି ଜଳ ସେଚନ ବିଭାଗ। ଯାହାଫଳରେ ବନ୍ଧ ପ୍ରତି ବଡ଼ ଧରଣର ବିପଦ ଦେଖାଦେଇଛି। ଦୀର୍ଘଦିନ ଧରି ଏଭଳି ସମସ୍ୟା ଲାଗି ରହିଥିବା ବେଳେ ଜଳସେଚନ ବିଭାଗ କେବଳ ତାଳିପକା କାମ କରୁଛି। ଏହାକୁ ଘୋର ବିରୋଧ କରିଛନ୍ତି ଚାଷୀ ଓ କୃଷକ ନେତା।

Advertisment

ପ୍ରତିବାଦ ସମ୍ପର୍କରେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ ଜଳସେଚନ ବିଭାଗର ଏସ୍‌ଡିଓ। ତାଙ୍କୁ ଶହଶହ ଚାଷୀ ଘେରାଉ କରିଥିଲେ। ସେମାନେ ଅଭିଯୋଗ କରିଥିଲେ, ଦୀର୍ଘ ଦିନରୁ ବନ୍ଧ ଦବି ଯାଇଥିବା ଜାଣି ମଧ୍ୟ କାହିଁକି ଏହାର ସ୍ଥାୟୀ ମରାମତି କରାଯାଉନି?

କେନାଲର ଆଡ଼ି ବନ୍ଧ ଦବିବା ସ୍ଥାନଠାରୁ ୧୦୦ ମିଟର ଦୂରରେ ରହିଛି ହୀରାକୁଦ ଡ୍ୟାମ୍। ଡ୍ୟାମରୁ ନିର୍ଗତ ପାଣି ହୀରାକୁଦ କେନାଲ ଓ ସମ୍ବଲପୁର କେନାଲ ଯୋଗେ ପ୍ରବାହିତ ହେବା ଫଳରେ ଖରାଦିନେ ହଜାର ହଜାର ହେକ୍ଟର ଜମିରେ ଧାନ ଫସଲ ହେଉଛି। ହୀରାକୁଦରେ ଥିବା ହିଣ୍ଡାଲକୋ କାରଖାନା ମଧ୍ୟ ଏଠାରୁ ପାଣି ନେଉଛି। ଯଦି କୌଣସି ମୁହୂର୍ତ୍ତରେ ବନ୍ଧରେ ଘାଇ ସୃଷ୍ଟି ହୋଇ ଭାଙ୍ଗିଯାଏ, ତେବେ ଉଭୟ ଚାଷ ଓ ଶିଳ୍ପ ପ୍ରଭାବିତ ହେବ। ଜଳ ସମ୍ପଦ ବିଭାଗ ଜଳ ଯୋଗାଣ ବନ୍ଦ କରି ମରାମତି କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଯାହାକୁ ଚାଷୀମାନେ ମାନି ନଥିଲେ। ଶେଷରେ ହୀରାକୁଦ ଡ୍ୟାମ୍ ମୁଖ୍ୟଯନ୍ତ୍ରୀ ଘଟଣା ସ୍ଥଳରେ ପହଁଚି ଆସନ୍ତାକାଲିଠାରୁ ଜଣେ ଅଧିକାରୀଙ୍କ ଉପସ୍ଥିତିରେ ମରାମତି କରାଯିବ ବୋଲି କହିଛନ୍ତି। ଆଉ ଧାନ ଅମଳ ପରେ ସ୍ଥାୟୀ ସିମେଣ୍ଟ କାନ୍ଥ ନିର୍ମାଣର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ହଟିଥିଲା।

Advertisment
Sambalpur Hirakud Dam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe