/odisha-reporter/media/post_attachments/uploadimage/library/16_9/16_9_0/Lightning_1717168260.jpg)
Lightning
ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ କାଳ ବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ଚନ୍ଦ୍ରଗିରି, ଲୁହାଗୁଡି, କମଳାପୁର ଓ ଗୋବିନ୍ଦପୁର ଅଞ୍ଚଳରେ ବହୁତ କ୍ଷୟକ୍ଷତି ହୋଇଛି। ଅଧିକାଂଶ ସ୍ଥାନରେ ପ୍ରବଳ ପବନ ସହ ଘଡ଼ଘଡ଼ି ଓ ବର୍ଷା ହୋଇଛିl କିଛି ସ୍ଥାନରେ କୁଆ ପଥର ବର୍ଷା ହୋଇଥିବା ସୂଚନା ମିଳିଛି। ପବନ ଯୋଗୁଁ ଚନ୍ଦ୍ରଗିରି ନିକଟରେ ଗଛ ପଡ଼ି ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଥିଲା। କମକାପୁରା ଓ ଲୁଡ଼ୁରୁ ଗାଁ ନିକଟରେ ଗଛ ପଡ଼ି ପଞ୍ଚାୟତକୁ ସଂଲଗ୍ନ କରୁଥୁବା ରାସ୍ତା ଅବରୋଧ ହୋଇଛିl ଖବର ପାଇ ମୋହନା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
