Advertisment

ମୋହନାରେ କାଳବୈଶାଖୀର ତାଣ୍ଡବ

ଅଧିକାଂଶ ସ୍ଥାନରେ ପ୍ରବଳ ପବନ ସହ ଘଡ଼ଘଡ଼ି ଓ ବର୍ଷା ହୋଇଛିl

Lightning

Lightning

Advertisment

ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ କାଳ ବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ଚନ୍ଦ୍ରଗିରି, ଲୁହାଗୁଡି, କମଳାପୁର ଓ ଗୋବିନ୍ଦପୁର ଅଞ୍ଚଳରେ ବହୁତ କ୍ଷୟକ୍ଷତି ହୋଇଛି। ଅଧିକାଂଶ ସ୍ଥାନରେ ପ୍ରବଳ ପବନ ସହ ଘଡ଼ଘଡ଼ି ଓ ବର୍ଷା ହୋଇଛିl କିଛି ସ୍ଥାନରେ କୁଆ ପଥର ବର୍ଷା ହୋଇଥିବା ସୂଚନା ମିଳିଛି। ପବନ ଯୋଗୁଁ ଚନ୍ଦ୍ରଗିରି ନିକଟରେ ଗଛ ପଡ଼ି ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଥିଲା। କମକାପୁରା ଓ ଲୁଡ଼ୁରୁ ଗାଁ ନିକଟରେ ଗଛ ପଡ଼ି ପଞ୍ଚାୟତକୁ ସଂଲଗ୍ନ କରୁଥୁବା ରାସ୍ତା ଅବରୋଧ ହୋଇଛିl ଖବର ପାଇ ମୋହନା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। 

Advertisment
Lightning Strike Lightning
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe