Advertisment

ପୂର୍ବତନ ମନ୍ତ୍ରୀ ଡମ୍ବୁରୁଧର ଉଲାକାଙ୍କ ପରଲୋକ

ବିଷମକଟକରୁ ୫ଥର କଂଗ୍ରେସ ବିଧାୟକ ଥିଲେ ଡମ୍ବୁରୁଧର ଉଲାକା।

author-image
Tapaswini Nayak
Dambarudhar ulaka

Dambarudhar ulaka

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡମ୍ବୁରୁଧର ଉଲାକାଙ୍କ ପରଲୋକ ହୋଇଛି। ୮୭ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

Advertisment

ଅସୁସ୍ଥତା କାରଣରୁ ଦୀର୍ଘଦିନ ହେବ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଥିଲେ ଡମ୍ବୁରୁଧର ଉଲାକା। ଗତ ରାତି ପ୍ରାୟ ୧୧ ଟା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ପୁତ୍ର ନୀଳମାଧବ ଉଲାକା ସୂଚନା ଦେଇଛନ୍ତି।

ବିଷମକଟକରୁ ୫ଥର କଂଗ୍ରେସ ବିଧାୟକ ଥିଲେ ଡମ୍ବୁରୁଧର ଉଲାକା। ଏହାସହ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ମଧ୍ୟ ଥିଲେ।

Advertisment

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ୧୯୩୭ ମସିହାରେ ଜନ୍ମ ଗ୍ରହଣ କରିଥିଲେ ଡମ୍ବୁରୁଧର ଉଲାକା। ତାଙ୍କ ବାପା ମା’ଙ୍କ ନାମ ଥିଲା ଶ୍ୟାମ ଘନ ଉଲାକା ଓ ଯଶୋଦା ଉଲାକା। ତାଙ୍କ ବାପା ଜଣେ ରାଜନେତା ଥିଲେ।  

Rayagada