Advertisment

କୋଇଡ଼ାରେ ଘନ କୁହୁଡି; ଯାତାୟତ ବାଧାପ୍ରାପ୍ତ

ଘନ କୁହହୁଡ଼ି ଯୋଗୁ ରାସ୍ତାଘାଟ କିଛି ଦେଖା ଯାଉନଥିଲା।

ଅଦ୍ୟତନ ହୋଇଛି
Daense fog

Daense fog

Advertisment

ମୌସୁମୀ ନ ଯାଉଣୁ ଦେଖିବାକୁ ମିଳିଛି ଶୀତର ଆଭାସ। ସୁନ୍ଦରଗଡ଼ ଜିଲ୍ଲା କୋଇଡାରେ ଦେଖିବାକୁ ମିଳିଛି ଚଳିତ ବର୍ଷର ପ୍ରଥମ ଘନକୁହୁଡି।
ଆଜି ସକାଳେ କୋଇଡ଼ା ଅଞ୍ଚଳକୁ ଘନ କୁହୁଡିରେ ଢ଼ାଙ୍କି ରଖିଥିଲା। ଘନ କୁହୁଡ଼ି ଯୋଗୁ ରାସ୍ତାଘାଟ କିଛି ଦେଖା ଯାଉନଥିଲା। ଏପରିକି ୨୦ମିଟର ଆଗକୁ ଦୃଶ୍ୟମାନ ହେଉ ନଥିଲା। ରାସ୍ତାଘାଟ କିଛି ଦେଖାଯାଉ ନ ଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ିମଟର ଠିଆ ହୋଇ ରହିଥିଲା। 

Advertisment

କୋଇଡ଼ା ଖଣିଖାଦାନର ଅଞ୍ଚଳ ହୋଇଥିବାରୁ ପ୍ରତିଦିନ ଶହଶହ ଟ୍ରକ୍ ଯାତାୟତ କରିଥାନ୍ତି। ଆଜି ସକାଳେ ଘନ କୁହୁଡି ଯୋଗୁ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା। କୋଇଡାର ଟେନସା, କାଲଟା ଯାଉଥିବା ଅନେକ ଗାଡି ରାସ୍ତାରେ ଅଟକି ରହିଥିଲା।

ସୂଚନାଯୋଗ୍ୟ, ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବାରୁ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହି ଲଘୁଚାପଟି ଅବପାତରେ ପରିଣତ ହେବ ବୋଲି ସୂଚନା ରହିଛି। 

Advertisment
Daense Fog Sudargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe