Patnagarh
ବଲାଙ୍ଗିର ଜିଲ୍ଲାର ଜଣାଶୁଣା ଦଣ୍ଡନୃତ୍ୟ କଳାକାର ହେଉଛନ୍ତି ପୁଟିସବାହାଲ ଗାଁର ନକୂଳ ବରିହା। ସେ କୃଷ୍ଣ ବେଶରେ ଅଭିନୟ କରି ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଥିଲେ। ହେଲେ ଆଜି ସେ ଚୀର ନିଦ୍ରାରେ ଶୋଇ ଯାଇଛନ୍ତି। ବିଷଧର ସାପର ଦଂଶନରେ ତାଙ୍କର ମୃତ୍ୟୁ ଘଟିଛି।
ସବୁଦିନ ପରି ଶନିବାର ରାତିରେ ଖାଇପିଇ ନିଜ ଘରେ ଶୋଇଥିଲେ ନକୂଳ ବରିହା। ତେବେ ବିଳମ୍ୱିତ ରାତିରେ ତାଙ୍କୁ ଏକ ସାପ ଦଂଶନ କରିଥିଲା। ଚିତ୍କାର ଶୁଣି ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରୁଥିଲେ। ତେବେ ବଲାଙ୍ଗିର ଭଈଷା ଛକ ନିକଟରେ ନକୂଳଙ୍କ ମୃତ୍ୟୁ ଘଟିଥିଲା। ପରିବାର ଲୋକ ନକୂଳଙ୍କ ମୃତଦେହ ଧରି ପାଟଣାଗଡ଼ ଫେରିଥିଲେ।
ନକୂଳ ହେଉଛନ୍ତି ବଲାଙ୍ଗିର ଜିଲ୍ଲାର ଜଣେ ପ୍ରତିଷ୍ଠିତ ଦଣ୍ଡ ନୃତ୍ୟ କଳାକାର। ତାଙ୍କ ମୃତ୍ୟୁରେ କଳାକାର ପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି।
ରିପୋର୍ଟ-ପାଟଣାଗଡ଼ରୁ କରୁଣାକର ବୁଡେକ୍
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Patnagarh_1689510865.jpg)