Advertisment

ବାପାଙ୍କୁ ମୁଖାଗ୍ନି ଦେଲା ଝିଅ, ସୃଷ୍ଟି କଲା ନୂଆ ଉଦାହରଣ

କଟେଶ୍ୱର ରାଓ ଜଣେ ସମାଜ ସଂସ୍କାରକ ଥିଲେ।

author-image
Tapaswini Nayak
Nabarangpur

Nabarangpur

ବାପାଙ୍କୁ ମୁଖାଗ୍ନି ଦେଇ ଉଦାହରଣ ସୃଷ୍ଟି କରିଛି  ଝିଅ। ବାପାଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ଯାଇ ବଡ଼ ଝିଅ ଶ୍ମଶାନରେ ମୁଖାଗ୍ନି ଦେଇଛି। ନବରଙ୍ଗପୁର ଜିଲ୍ଲା ସଦର ମହକୁମାର ପଠାଣ ସାହିରେ ଦେଖିବାକୁ ମିଳିଛି ଏଭଳି ଅନନ୍ୟ ଦୃଶ୍ୟ।

Advertisment

ପଠାଣ ସାହିରେ ରହୁଥିବା କଟେଶ୍ୱର ରାଓଙ୍କର ଦୁଇ ଝିଅ ଓ ତାଙ୍କ ସ୍ତ୍ରୀକୁ ନେଇ ଥିଲା ସୁନା ସଂସାର। ହଠାତ୍ କଟେଶ୍ୱରଙ୍କର ଗତକାଲି ମୃତ୍ୟୁ ଘଟିଥିଲା। ବାପାଙ୍କ ମୃତ୍ୟୁ ପରେ ଦୁଇ ଝିଅ ଓ ତାଙ୍କ ସ୍ତ୍ରୀ ଭାଙ୍ଗି ପଡ଼ିଥିଲେ। କଟେଶ୍ୱରଙ୍କୁ କିଏ ମୁଖାଗ୍ନି ଦେବ ସେନେଇ ପରିବାର ଲୋକଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।

ଏହି ସମୟରେ କଟେଶ୍ୱରଙ୍କର ବଡ଼ ଝିଅ ଆଇ. ଭି. ରେଶମା ମୁଁ ବାପାଙ୍କୁ ମୁଖାଗ୍ନି ଦେବି ବୋଲି କହିଥିଲେ। ଅନ୍ୟପକ୍ଷରେ କଟେଶ୍ୱର ବଞ୍ଚିଥିବା ବେଳେ ବଡ଼ ଝିଅ ମୁଖାଗ୍ନି ଦେବ ବୋଲି ପରିବାର ଲୋକଙ୍କୁ କହିଯାଇଥିଲେ। କେବଳ ପୁଅ ମାନେ ହିଁ ବାପା-ମାଆଙ୍କ ଶୁଦ୍ଧି ସଂସ୍କାରର ଅଧିକାରୀ ବୋଲି ଆମ ସମାଜରେ ନିୟମ ଥିବା ବେଳେ କଟେଶ୍ୱରଙ୍କ ବଡ଼ ଝିଅ ନିଜ ବାପାଙ୍କୁ ମୁଖାଗ୍ନି ଦେଇ ଉଦାହରଣ ସୃଷ୍ଟି କରିଛନ୍ତି।

Advertisment

କଟେଶ୍ୱର ରାଓ ଜଣେ ସମାଜ ସଂସ୍କାରକ ଥିଲେ। ତାଙ୍କର ପୁଅ ନଥିବାରୁ କଟେଶ୍ୱର ଦୁଇ ଝିଅକୁ ପୁଅ ବୋଲି ଭାବୁଥିଲେ। ପୁଅ ଝିଅ ମଧ୍ୟରେ କେବେ ପାତରଅନ୍ତର କରୁନଥିଲେ। ବିଭିନ୍ନ ସଂସ୍ଥା ସହ ଜଡ଼ିତ ରହି ସମାଜର କୁସଂସ୍କାର ଦୂରେଇବା ପାଇଁ ଜୀବନରେ ଅନେକ କାର୍ଯ୍ୟ କରିଥିଲେ କଟେଶ୍ୱର।

Nabarangpur