Advertisment

ପୁଣି ଶବକୁ ଅସମ୍ମାନ: ମୃତଦେହକୁ ଗୋଟେ କିଲୋମିଟର ବୋହି ନେଲେ ପରିବାର ଲୋକେ

ଗତକାଲି ସକାଳେ ସୁରେଶ ପୁଣି ଅସୁସ୍ଥ ହୋଇପଡ଼ିଥିଲେ।

ଅଦ୍ୟତନ ହୋଇଛି
Deadbody

Deadbody

Advertisment

ମିଳିଲାନି ମହାପ୍ରୟାଣ ଗାଡ଼ି। ଶବକୁ ଗୋଟେ କିଲୋମିଟର ବୋହି ନେଲେ ପରିବାର ଲୋକେ। ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାରେ।

Advertisment

ସୁନ୍ଦରଗଡ଼ ସଦର ବ୍ଲକ ଟିମାଡିହି ଗାଁର ସୁରେଶ ଚନ୍ଦ୍ର ପଟେଲ ରକ୍ତ ଝାଡ଼ାରେ ପୀଡ଼ିତ ହୋଇ ୫ ଦିନ ପୂର୍ବରୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। କିଛି ଦିନ ମେଡିକାଲରେ ଚିକିତ୍ସାଧୀନ ରହିବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଗତକାଲି ସକାଳେ ତାଙ୍କ ଦେହ ପୁଣି ଅସୁସ୍ଥ ହୋଇପଡ଼ିଥିଲା। ପରିବାର ଲୋକେ ସୁରେଶଙ୍କୁ ପୁଣି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକେ ସୁରେଶଙ୍କ ମୃତଦେହକୁ ମେଡିକାଲରୁ ଘରକୁ ଆଣିବା ପାଇଁ ମହାପ୍ରୟାଣ ଗାଡ଼ି ନେଇ ମେଡିକାଲ କର୍ମଚାରୀଙ୍କୁ କହିଥିଲେ। ହେଲେ ମୃତଦେହ ନେବା ପାଇଁ ମହାପ୍ରୟାଣ ଗାଡ଼ି ମିଳିନଥିଲା। ଶେଷରେ ପରିବାର ଲୋକେ କିଛି ଉପାୟ ନପାଇ ମୃତଦେହକୁ ହାତରେ ଟେକି ଟେକି ଗୋଟିଏ କିଲୋମିଟର ନେଇ ଆସିଥିଲେ। ପରେ ଏକ ଘରୋଇ ଗାଡ଼ିରେ ମୃତଦେହକୁ ଘରକୁ ଆଣିଥିଲେ।

Advertisment

ସିଡିଏମଓ ଧରଣୀଧର ଶତପଥି କହିଛନ୍ତି, ମେଡିକାଲ ପହଞ୍ଚିବା ପୂର୍ବରୁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା।  ମୃତଦେହ ନେବାକୁ  ପରିବାର ଲୋକେ ହେଲପ ଡେସ୍କ ବାଲାଙ୍କୁ କହିଥିଲେ। ହେଲପ ଡେସ୍କ ବାଲା କଲ୍ ସେଣ୍ଟରକୁ କହିଥିଲେ।  ଗାଡ଼ି ଆସିଥିବା ବେଳେ  ସେମାନେ ମୃତଦେହକୁ  ନେଇ ଆସିଥିଲେ। 

Sudargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe