Advertisment

ପୁଣି ଶବକୁ ଅସମ୍ମାନ! ଟଲିରେ ବୁହା ହେଲା ମୃତଦେହ

ଶେଷରେ ଉପାୟ ନ ପାଇ ପରିବାର ଲୋକ ଟଲିରେ ମୃତଦେହକୁ ଶ୍ମଶାନକୁ ନେବାକୁ ବାଧ୍ୟ ହୋଇଛନ୍ତି।

ଅଦ୍ୟତନ ହୋଇଛି
Odisha

Odisha

Advertisment

ହଜିଗଲା ମାନବିକତା। ମଣିଗଲା ମଣିଷ ପଣିଆ। ପ୍ରାଣ ଯିବା ପରେ ମଧ୍ୟ କେହି ଦେଲେନି ସମ୍ମାନ। ଧଜିଆ ଓଡ଼ିଲା ସରକାରଙ୍କ ମାଳମାଳ ଯୋଜନା। ଝିଅ ଅନ୍ୟ ଜାତିରେ ବିବାହ କରିଥିବାରୁ ବାପାଙ୍କ ଶବକୁ ମିଳିଲାନି କାନ୍ଧ। ଅବସ୍ଥା ଏପରି ହେଲା ଯେ ଶେଷରେ ଉପାୟ ନ ପାଇ ପରିବାର ଲୋକ ଟଲିରେ ମୃତଦେହକୁ ଶ୍ମଶାନକୁ ନେବାକୁ ବାଧ୍ୟ ହୋଇଛନ୍ତି।

Advertisment

ଏହି ଘଟଣା ପ୍ରଶାସନର ପାରିବାପଣିଆ ଓ ଅପାରଗତାର ନଗ୍ନ ରୂପକୁ ପଦାରେ ବି ପକାଇ ଦେଇଛି। ଏପରି ଘଟଣା କୌଣସି ଉପାନ୍ତ ଅଞ୍ଚଳର ନୁହଁ, ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅନୀତି ଦୂରରେ ଏହା ଘଟିଛି। ବୌଦ୍ଧ ସହରାଞ୍ଚଳରେ ଏକ ବସ୍ତିରେ ଘଟିଥିବା ଏପରି ଘଟଣା ସମସ୍ତଙ୍କୁ ଆନ୍ଦୋଳିତ କରିଛି।

ମଣିଷ ଯେତେ ଆଧୁନିକ ହେଲେ ମଧ୍ୟ ଜାତି ସମାଜ ନାମରେ ଏବେ ବି କୁସଂସ୍କାରରେ ପୀଡ଼ିତ ବୋଲି ପ୍ରମାଣିତ ହୋଇଛି। ବୌଦ୍ଧ ଏନଏସି ଅନ୍ତର୍ଗତ ବାପୁଜୀନଗର ବସ୍ତିର ନିଳାମ୍ବର ମେହେରଙ୍କ ଝିଅ ସୁମି ଅନ୍ୟ ଜାତିରେ ବିବାହ କରିଥିଲେ। ଦୁଇ ପୁଅ ଓ ଝିଅକୁ ଧରି ସୁମି ପିତା ନିଳାମ୍ବରଙ୍କ ଘରେ ରହିଆସୁଥିଲେ।

Advertisment

କିନ୍ତୁ ବସ୍ତି ଲୋକ ସୁମି ଅଲଗା ଜାତିରେ ବିବାହ କରିଥିବାରୁ ଏହାକୁ ଗ୍ରହଣ କରି ନଥିଲେ। ଏପରି କି ନିଳାମ୍ବରଙ୍କ ପରିବାର ଲୋକଙ୍କୁ ମଧ୍ୟ ବାସନ୍ଦ କରିଥିଲେ। ତଥାପି ବସ୍ତରେ ନିଳାମ୍ବର ଦୁଃଖକଷ୍ଟରେ ପରିବାର ଚଳାଉଥିଲେ। ତେବେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ଶନିବାର ରାତିରେ ନିଳାମ୍ବରଙ୍କ ମୃତ୍ୟୁ ହୋଇଯାଇଥିଲା।

ବାପାଙ୍କ ମୃତ୍ୟୁ ପରେ ସୁମି ଜାତିଭାଇ ଓ ସାହିପଡ଼ିଶାଙ୍କୁ ଶବ ସତ୍କାର ପାଇଁ ଡାକିଥିଲେ। ହେଲେ ସୁମି ଅନ୍ୟ ଜାତିରେ ବିବାହ କରିଥିବାରୁ ଜାତିଭାଇ କି ସାହିପଡ଼ିଶା କେହି ବି ନିଳାମ୍ବରଙ୍କ ଶବ ପାଖକୁ ଆସି ନଥିଲେ। ପ୍ରଥମେ ଜାତି ଭାଇଙ୍କୁ ଭୋଜି ଦେବାକୁ ପଡ଼ିବ ଓ ଏହାପରେ ଯାଇ ଶବକୁ ସେମାନେ ଛୁଇଁବେ ବୋଲି ସୁମିଙ୍କ ଆଗରେ ସର୍ତ୍ତ ରଖିଥିବା ଅଭିଯୋଗ ହୋଇଛି।

ଗୋଟିଏ ପଟେ ବାପାଙ୍କ ମୃତଦେହ ପଡ଼ିଥିବା ବେଳେ ଅନ୍ୟପଟେ ଭୋଜି ଆୟୋଜନ କରିବା ସୁମିଙ୍କ ପକ୍ଷରେ ସହଜ ନଥିଲେ। ସେ ସମସ୍ତଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ କେହି ବି ତାଙ୍କ କଥା ଶୁଣି ନଥିଲା। ଶେଷରେ ବାପଙ୍କ ଶବ ଉଠାଇବାକୁ ଅକ୍ଷମ ଝିଅ ସୁମି ପୁଲିସ ନିକଟରେ ପହଞ୍ଚିଥିଲେ।

ହେଲେ ପୁଲିସ କିଛି ବି ପଦକ୍ଷେପ ନେଇ ନଥିଲା। ପୁଲିସ ନିକଟରୁ ନିରାଶ ହୋଇ ଫେରିବା ପରେ ସୁମି ପରିବାର ଲୋକଙ୍କ ସହ ମିଶି ବାପାଙ୍କ ଶବ ସତ୍କାର କରିବାକୁ ନିଷ୍ପତ୍ତି ନେଇଥିଲେ। ଶେଷରେ ସୁମିଙ୍କ ପୁଅ ଚଳାଉଥିବା ଟଲିରେ ନିଳାମ୍ବରଙ୍କ ଶବକୁ ଶ୍ମଶାସନ ନିଆ ଯାଇଥିଲା। ସେଠାରେ ଏହାକୁ ସତ୍କାର କରାଯାଇଥିଲା।

ରିପୋର୍ଟ: ବୌଦ୍ଧରୁ ଦୀପକ ଅଦର

Odisha Boudh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe