Advertisment

ଶବ ବୁଲିଲା- ମେଡିକାଲ୍‌ରୁ ଶ୍ମଶାନ, ଶ୍ମଶାନରୁ ମେଡିକାଲ୍‌, ପୁଣି ମେଡିକାଲ୍‌ରୁ ଜୁଈ

ମୃତଦେହ ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟି ପଡିଥିଲା ଘର ଅଗଣା। ପରେ ପରିବାର ପରିଜନ ମୃତଦେହକୁ ଗାଁ ଶ୍ମଶାନକୁ ନେଇଥିଲେ। ରୀତିନୀତି ଅନୁସାରେ ସତ୍କାର କରିବା ପାଇଁ ମାଲ ଭାଇମାନେ ଜୁଈରେ କାଠ ଛନ୍ଦି ଥିଲେ।

Boudh

Boudh

Advertisment

ଦୀର୍ଘ ସମୟ ଧରି ବୁଲିଲା ଶବ! ମେଡିକାଲ୍‌ରୁ ଶ୍ମଶାନ୍‌, ଶ୍ମଶାନରୁ ମେଡିକାଲ୍‌। ବଞ୍ଚିଥିବା ଭାବି ସାହି ଭାଇ ଓ ପରିବାର ଲୋକ ଆଜି ମୃତଦେହକୁ ଧରି ଏମିତି ହଲ୍ଲାପଟା ହୋଇଛନ୍ତି। ସବୁଠାରୁ ମଜାକଥା ହେଉଛି ଡାକ୍ତରଙ୍କୁ ଦୁଇ ଦୁଇ ଥର ମୃତ ଘୋଷଣା କରିବାକୁ ପଡ଼ିଛି। ଶେଷରେ ଗାଁ ଶ୍ମଶାନରେ ଜଳିଛି ଜୁଈ। ଏପରି ବିଚିତ୍ର ଘଟଣା ବୌଦ୍ଧ ଜିଲ୍ଲାରେ ଘଟିଛି।

Advertisment

ପୂରା ଘଟଣାଟି ଏମିତି। ପୁରୁଣାକଟକ ଗାଁ ରବି ବେହେରା ଅସୁସ୍ଥ ହୋଇଥିଲେ। ତେଣୁ ତାଙ୍କୁ ପୁରୁଣାକଟକ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ ପରିବାର ଲୋକେ। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଘୋଷଣା ପରେ ପୋଷ୍ଟମର୍ଟମ ପାଇଁ ଡାକ୍ତର କହିଥିଲେ। ହେଲେ ରାଜି ହୋଇନଥିଲେ ପରିବାର ଲୋକେ। ମେଡିକାଲ୍‌ରେ ଲିଖିତ ଚୁକ୍ତି କରି ମୃତଦେହ ଧରି ଘରକୁ ଫେରିଥିଲେ।

ମୃତଦେହ ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟି ପଡିଥିଲା ଘର ଅଗଣା। ପରେ ପରିବାର ପରିଜନ ମୃତଦେହକୁ ଗାଁ ଶ୍ମଶାନକୁ ନେଇଥିଲେ। ରୀତିନୀତି ଅନୁସାରେ ସତ୍କାର କରିବା ପାଇଁ ମାଲ ଭାଇମାନେ ଜୁଈରେ କାଠ ଛନ୍ଦି ଥିଲେ। ତା’ପରେ ମୃତଦେହକୁ ଜୁଈରେ ଶୋଆଇ ଦେଇ କାଠ ଲଦି ଦେଇଥିଲେ। ଠିକ୍‌ ସେହି ସମୟରେ ହଠାତ୍‌ ଜୁଈ ଗୋଟିଏ ପାର୍ଶ୍ୱକୁ ଢଳି ଯାଇଥିଲା। ଆଉ ମୃତଦେହରୁ କ’ଣ ଗୋଟେ ପାଣି ପରି ବୋହି ଯାଇଥିଲା।

Advertisment

ପାଣି ବାହାରୁଥିବା ଦେଖି ବଞ୍ଚିଥିବା ଭାବି ରବିଙ୍କୁ ଜୁଈରୁ ଓହ୍ଲାଇ ଆଣିଥିଲେ ମାଲ ଭାଇ। ଆଉ କାଳବିମ୍ୱ ନକରି ତାଙ୍କୁ ଆଉ ଥରେ ପୁରୁଣାକଟକ ମେଡ଼ିକାଲ୍‌ ନେଇ ଯାଇଥିଲେ। ଡାକ୍ତର ଆଉ ଥରେ ତାଙ୍କର ମେଡିକାଲ୍‌ ଚେକ୍‌ଅପ୍‌ କରିଥିଲେ। ବିରକ୍ତି ପ୍ରକାଶ କରିବା ସହିତ ପୁଣି ଥରେ ମୃତ ଘୋଷଣା କରିଥିଲେ। ଏହା ପରେ ପରିବାର ଲୋକେ ମୃତଦେହକୁ ନେଇ ଗାଁ ଶ୍ମଶାନରେ ସତ୍କାର କରିଥିବା ଜଣାପଡ଼ିଛି।

ରିପୋର୍ଟ- ବୌଦ୍ଧରୁ ଦୀପକ ଅଦର

Boudh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe