Advertisment

୪ ଦିନରେ ମଲେଣି ୨ ହାତୀ ଶାବକ; ହରପିସ୍ ଭାଇରସରେ ଆକ୍ରାନ୍ତ ସନ୍ଦେହ

୩ ଦିନ ତଳେ କୋଇଡା ରେଞ୍ଜର ଗଣୁଆଁ ଫରେଷ୍ଟ ଅଞ୍ଚଳରେ ଏକ ହାତୀ ଶାବକର ମୃତଦେହ ଉଦ୍ଧାର କରାଯାଇଥିଲା

author-image
Tapaswini Nayak
ଅଦ୍ୟତନ ହୋଇଛି
Kodia

Kodia

ସୁନ୍ଦରଗଡ଼ ଜିଲ୍ଲା କୋଇଡା ରେଞ୍ଜର ମିରିଗିଡେଗା ଗ୍ରାମ ନିକଟ କାଠମାଳା ଜଙ୍ଗଲରେ ଏକ ହାତୀ ଶାବକର ମୃତ୍ୟୁ ଘଟିଛି। ହାତୀ ଶାବକର କିପରି ମୃତ୍ୟୁ ଘଟିଲା ତାହା ଜଣାପଡ଼ିନାହିଁ। ମୃତ ହାତୀ ଶାବକଟି ହରପିସ୍ ରୋଗରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି।

Advertisment

ଆଜି ହାତୀ ଶାବକର ଶବ ବ୍ୟବଚ୍ଛେଦ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଶବ ବ୍ୟବଚ୍ଛେଦ ପରେ ହାତୀଟିର କିପରି ମୃତ୍ୟୁ ଘଟିଛି ଜଣାପଡ଼ିବ ବୋଲି ବଣାଇ ଡ଼ିଏଫଓ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ତିନି ଦିନ ତଳେ କୋଇଡା ରେଞ୍ଜର ଗଣୁଆଁ ଫରେଷ୍ଟ ଅଞ୍ଚଳରେ ଏକ ହାତୀ ଶାବକ ମୃତଦେହ ଉଦ୍ଧାର କରାଯାଇଥିଲା। ଚାରି ଦିନରେ ଦୁଇଟି ହାତୀ ଶାବକର ମୃତ୍ୟୁ ଘଟିବା ଘ ହରପିସ୍ ରୋଗ ପ୍ରତି ସନ୍ଦେହ ଘନୀଭୂତ କରୁଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Advertisment
Sudargarh