/odisha-reporter/media/post_attachments/uploadimage/library/16_9/16_9_0/Elephant_1735456755.jpg)
Elephant
ଅନୁଗୋଳ ବନଖଣ୍ଡ ଅନୁଗୋଳ ରେଞ୍ଜ ପୁପୁଣ୍ଡା ନିକଟରେ ଏକ ଦନ୍ତାହାତୀର ମୃତଦେହ ଠାବ କରାଯାଇଛି। ମୃତ ହାତୀଟିକୁ ଆନୁମାନିକ ୨୦ବର୍ଷ ହୋଇଥିବା ସୂଚନା ଦେଇଛି ବନବିଭାଗ।
Advertisment
ଗତକାଲି ହାତୀଟିକୁ ପୁପୁଣ୍ଡା ଅଞ୍ଚଳରେ ଠାବ କରାଯାଇଥିବା ବେଳେ ଆଜି ସକାଳେ ସେ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ ବନବିଭାଗ କର୍ମଚାରୀ। ଏ ନେଇ ସେମାନେ ତୁରନ୍ତ ବନଖଣ୍ଡ ଅଧିକାରୀଙ୍କୁ ଅବଗତ କରିଥିଲେ।
ହାତୀଟିର ଶରୀରରେ ତିନିଟି ସ୍ଥାନରେ କ୍ଷତ ଦେଖିବାକୁ ମିଳିଥିବା ବେଳେ କେଉଁ କାରଣରୁ ତା’ର ମୃତ୍ୟୁ ଘଟିଛି, ସେ ନେଇ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହୋଇପାରିବ ବୋଲି ଅନୁଗୋଳ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
