Advertisment

ବୈଜୟନ୍ତଙ୍କ ଉଦ୍ୟମରେ ଦୁବାଇରୁ ଆସିଲା ଓଡ଼ିଆ ଯୁବକଙ୍କ ମୃତଦେହ

ଅବ୍ୟକ୍ତ ଦୁବାଇରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଗତ ଅଗଷ୍ଟ ୨୩ ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା।

author-image
Jitendra Garnayak
Dead Body

Dead Body

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରୁ ଆସିଲା ଓଡ଼ିଆ ଯୁବକଙ୍କ ମୃତେଦହ। ଦୁବାଇରେ ଫସି ରହିଥିବା କଟକ ଜିଲ୍ଲା ନିଆଳି ବ୍ଲକ ବାବଜା ଗାଁର ଅବ୍ୟକ୍ତ ପ୍ରସାଦ ସିଂହଙ୍କ ମରଶରୀର ନିଜ ଜନ୍ମମାଟିରେ ପହଞ୍ଚିଛି। ଅବ୍ୟକ୍ତଙ୍କ ମରଶରୀର ଭାରତ ଆଣିବା ଲାଗି ସାଂସଦ ବୈଜୟନ୍ତ ପଣ୍ଡା ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ସେପ୍ଟେମ୍ବର ୩ ତାରିଖରେ ଚିଠି ଲେଖିଥିଲେ।

Advertisment

ଅବ୍ୟକ୍ତ ଦୁବାଇରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଗତ ଅଗଷ୍ଟ ୨୩ ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା। ଅବ୍ୟକ୍ତଙ୍କର ଜଣେ ସହକର୍ମୀ ଏନେଇ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। କିନ୍ତୁ ଅବ୍ୟକ୍ତ କାମ କରୁଥିବା କମ୍ପାନୀ ତାଙ୍କ ମୃତ୍ୟୁ ନେଇ ପରିବାର ଲୋକଙ୍କୁ କୌଣସି ସୂଚନା ଦେଇ ନଥିଲା କି ମୃତଦେହ ପଠାଇବାର ବ୍ୟବସ୍ଥା କରି ନଥିଲା। ଶେଷରେ ସେଠାରୁ ଅବ୍ୟକ୍ତଙ୍କ ମୃତଦେହକୁ ଫେରାଇ ଆଣିବାକୁ ତାଙ୍କ ପରିବାର ଲୋକେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନିବେଦନ କରିଥିଲେ। ଅବ୍ୟକ୍ତଙ୍କ ମରଶରୀର ଗାଁରେ ପହଞ୍ଚିବା ପରେ ତାଙ୍କ ପରିବାର ଲୋକେ ଶ୍ରୀ ପଣ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି। 

Baijayant Jay Panda