Advertisment

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଅଫିସରଙ୍କ ତାଲିକାରେ ମୃତ ଅଧିକାରୀଙ୍କ ନାଁ, ବାଦ ଦେଲା ପ୍ରଶାସନ

ମୋଦିଙ୍କ ଗସ୍ତ ସମୟରେ ତାଙ୍କ ସୁରକ୍ଷା ନିମନ୍ତେ ବହୁ ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ସେମାନଙ୍କ ମଧ୍ୟରେ ଜଣେ ମୃତ ଓଏଏସ୍‌ ଅଧିକାରୀଙ୍କ ନାଁ ବି ସାମିଲ ହୋଇଥିଲା।

Prabodha Ku Rout

Prabodha Ku Rout

Advertisment

ଆସନ୍ତା ୧୭ ତାରିଖରେ ନିଜ ଜନ୍ମ ଦିନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସେ ବହୁ ପ୍ରତିକ୍ଷିତ ‘ସୁଭଦ୍ରା’ ଯୋଜନା ସହ ବିଭିନ୍ନ ସରକାରୀ ଯୋଜନା ଓ ପ୍ରକଳ୍ପର ଶୁଭାରମ୍ଭ କରିବେ । ମୋଦିଙ୍କ ଗସ୍ତ ସମୟରେ ତାଙ୍କ ସୁରକ୍ଷା ନିମନ୍ତେ ବହୁ ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ସେମାନଙ୍କ ମଧ୍ୟରେ ଜଣେ ମୃତ ଓଏଏସ୍‌ ଅଧିକାରୀଙ୍କ ନାଁ ବି ସାମିଲ ହୋଇଥିଲା। ତେବେ ବିଜେଡି ଏହାକୁ ନେଇ ନୂଆ ସରକାରଙ୍କୁ ତୀବ୍ର ସମାଲୋଚନା କରିବାରୁ ଶେଷରେ ରାଜ୍ୟ ସରକାର ଏହି ନାଁକୁ ହଟାଇ ସେଠାରେ ଆଉ ଏକ ନୂଆ ନାଁ ସ୍ଥାନିତ କରିଛନ୍ତି।

Advertisment

ମୋଦିଙ୍କ ଭୁବନେଶ୍ୱର ଗସ୍ତ କାର୍ଯ୍ୟକ୍ରମକୁ ସୁରୁଖୁରରେ ସମ୍ପାଦନ କରିବା ନିମନ୍ତେ ବିଭିନ୍ନ ଅଫିସରମାନଙ୍କୁ ବିଭିନ୍ନ ଦାୟିତ୍ବ ବଣ୍ଟନ କରାଯାଇଛି। ଏଥିନିମନ୍ତେ ସାଧାରଣ ପ୍ରଶାସନ ପକ୍ଷରୁ ଅଫିସରଙ୍କ ତାଲିକା ପ୍ରସ୍ତୁତ ହୋଇଛି। ସେଥିରେ ରହିଛି ସ୍ୱର୍ଗତ ପ୍ରବୋଧ କୁମାର ରାଉତଙ୍କ ନାଁ । ଭିଡ଼ ନିୟନ୍ତ୍ରଣ ଲାଗି ନିୟୋଜିତ ହେବାକୁ ଥିବା ୫୦ ଜଣିଆ ଅଫିସରଙ୍କ ତାଲିକାରେ ପ୍ରବୋଧ କୁମାରଙ୍କ ନାଁ ଥିବା ଦେଖିବାକୁ ମିଳିଛି।

ମାତ୍ର ସ୍ୱର୍ଗତ ପ୍ରବୋଧ କୁମାର ରାଉତଙ୍କର ବର୍ଷେ ହେବ ମୃତ୍ୟୁ ହୋଇ ସାରିଲାଣି। ଏହାକୁ ବିଜେଡି ସମାଲୋଚନା କରିବା ସହ ଓଡ଼ିଶାର ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ତେବେ ବିଜେଡିର ସମାଲୋଚନା ନେଇ ବିଜେପି କି ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। କିନ୍ତୁ ତାଲିକାରୁ ସ୍ୱର୍ଗତ ପ୍ରବୋଧ କୁମାର ରାଉତଙ୍କ ନାଁକୁ ବାଦ ଦିଆଯାଇ ବରିଷ୍ଠ OAS ଅଧିକାରୀ ସୁବ୍ରତ କୁମାର ଜେନାଙ୍କ ନାଁକୁ ସାମିଲ କରାଯାଇଛି।

Advertisment

 ଗତ ୨୦୨୩ ଜୁଲାଇ ୧୮ ତାରିଖରେ ପ୍ରବୋଧ କୁମାରଙ୍କର ମୃତ୍ୟୁ ଘଟିଥିଲା। କଟକରେ ଏକ ଦୁର୍ଘଟଣାର ଶିକାର ହେବା ପରେ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ସେ ପ୍ରାଣ ହରାଇଥିଲେ। ମାତ୍ର ତାଙ୍କ ନାମ ଏବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକାଳୀନ ଡ୍ୟୁଟିରେ ସାମିଲ ହୋଇଥିବାରୁ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

 ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରରେ ପହଞ୍ଚି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ  ବିଭିନ୍ନ ସରକାରୀ ଯୋଜନା ଓ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀ ମୋଦି  ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ର  ୧୦ଲକ୍ଷ ହିତାଧିକାରୀଙ୍କୁ ‘ଘର ମଞ୍ଜୁରୀ ପତ୍ର’, ୨୬ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ବଂଟନ ସହ ‘ଆବାସ+ ୨୦୨୪’ର ଆପ୍ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ।

Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe