ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡାଙ୍କ ପରଲୋକ। ୭୬ ବର୍ଷ ବୟସରେ କଟକ ସିଡିଏ ସେକ୍ଟର ୬ ସ୍ଥିତ ବାସଭବନରେ ଆଜି ତାଙ୍କର ଦେହାନ୍ତ ହୋଇଛି।
ଗତ ୨ ମାସ ହେବ ଅରୁଣ ପଣ୍ଡା କର୍କଟ ରୋଗରେ ପୀଡ଼ିତ ହୋଇ ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନରେ ଚିକିତ୍ସାଧିନ ଥିଲେ। ୧୯୮୪ରୁ ଏକ ପ୍ରତିଷ୍ଠିତ ଦୈନିକ ଖବରକାଗଜର ପ୍ରତିନିଧି ଭାବରେ ସାମ୍ବାଦିକତା ଆରମ୍ଭ କରିଥିଲେ।
Also Read
ଜଣେ ଦକ୍ଷ, ନିର୍ଭିକ ସାମ୍ବାଦିକ ଭାବରେ ତାଙ୍କର ସୁନାମ ରହିଥିଲା। କଟକ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସେ ସ୍ୱତନ୍ତ୍ର ପ୍ରତିନିଧି ଭାବରେ କାର୍ଯ୍ୟ କରିଛନ୍ତି। ଜଣେ ସୁବକ୍ତା ଓ ସୁଲେଖକ ଭାବରେ ମଧ୍ୟ ତାଙ୍କ ପରିଚୟ ରହିଥିଲା। ତାଙ୍କ ପରଲୋକ ଖବର ଶୁଣି କଟକ ବାସଭବନରେ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଦିନକରେ ଏକକାଳୀନ ୧୪୮ଜଣ ଓଏଏସ୍ ଅଫିସରଙ୍କ ବଦଳି, ୬୯ ବ୍ଲକରେ ନୂଆ ବିଡିଓ
ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ରାଉରକେଲା ମହାନଗର ନିଗମର ଡେପୁଟି କମିଶନର, କଲ୍ୟାଣୀ ସଂଘମିତ୍ରା ଦେବୀଙ୍କୁ ବ୍ରହ୍ମପୁର ମହାନଗର ନିଗମର ଡେପୁଟି କମିଶନର ଓ ମନ୍ମଥ କୁମାର ନାୟକଙ୍କୁ ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିଶନର ଭାବେ ବଦଳି କରାଯାଇଥିବା ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।
Miscellaneous
ଚାଷୀଙ୍କୁ କ୍ଷତିପୂରଣ: ସମୁଦ୍ରକୁ ଶଙ୍ଖେ?
ବିପର୍ଯ୍ୟୟ ପରେ କିଛି ଚାଷୀ ଫସଲ ବୀମାର ସୁବିଧା ପାଇଲେ ବି ବିପର୍ଯ୍ୟୟ ସହାୟତାର ପରିମାଣ ବହୁତ କମ ରହିଛି।
Miscellaneous
ଆଦିବାସୀଙ୍କ ପାଇଁ ଖୁସି ଖବର, ଏଣିକି ଡିଜିଟାଲ ପ୍ଲାଟଫର୍ମରେ ଲେଖିହେବ ସାନ୍ତାଳୀ ଲିପି
ଆମେ ମୁଖ୍ୟତଃ ଫୋନ୍, ୱେବ୍, ଇଣ୍ଟରନେଟ୍ ଆଦିରେ ଓଡ଼ିଆ,ହିନ୍ଦୀ, ଇଂରାଜୀ, ସ୍ପେନ ଆଦି ଭାଷା ବ୍ୟବହାର କରିଥାଉ। ମାତ୍ର ଏବେ ଡିଜିଟାଲ ପ୍ଲାଟଫର୍ମରେ ସାନ୍ତାଳୀ ଲିପି ବି ଲେଖିହେବ ।
Miscellaneous
୪୪୭୯୩ କୋଟି ଟଙ୍କାର ୫ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ, ୨୩ହଜାର ନୂଆ ନିଯୁକ୍ତି ସମ୍ଭାବନା
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ୩୮ତମ ହାଇଲେଭଲ କ୍ଲିଅରାନ୍ସ ଅଥରିଟି ବୈଠକରେ ରିଫାଇନାରୀ ଓ ପେଟ୍ରୋକେମିକାଲ, ଗ୍ରୀନ୍ ଏନର୍ଜି ଉପକରଣ, ବାୟୋଟେକ୍ନୋଲୋଜି, ଷ୍ଟିଲ ଆଣ୍ଡ କେମିକାଲସ୍ କ୍ଷେତ୍ରର ଏହି ପୁଞ୍ଜିନିବେଶ ରାଜ୍ୟର ୩ଟି ଜିଲ୍ଲାରେ ଶିଳ୍ପ ପ୍ରକଳ୍ପରେ ହେବ ।
Miscellaneous
ଓଡ଼ିଶା ଲୋକସେବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର, ଏଣିକି ଜୟପୁରରେ ହେବ ପରୀକ୍ଷା କେନ୍ଦ୍ର
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତମାସ ୧ ତାରିଖରେ ରାଜ୍ୟର ବିଭିନ୍ନ ନିଯୁକ୍ତି ଆୟୋଗର ଅଧ୍ୟକ୍ଷମାନଙ୍କ ସହ ବୈଠକବେଳେ ଜୟପୁରଠାରେ ଏକ ପରୀକ୍ଷା କେନ୍ଦ୍ର ଖୋଲିବା ପାଇଁ ଓଡ଼ିଶା ଲୋକସେବା ଆୟୋଗଙ୍କୁ ପରାମର୍ଶ ଦେଇଥିଲେ।