Advertisment

ପୁରୀ ବାଣ ବିସ୍ଫୋରଣ ଟ୍ରାଜେଡି: ମୃତ୍ୟୁ ସଂଖ୍ୟ ୮କୁ ବୃଦ୍ଧି

ବର୍ତ୍ତମାନ ସୁଦ୍ଧା ବିଭିନ୍ନ ହସ୍ପିଟାଲରେ ଏବେବି ୨୨ ଜଣ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ଭିତରୁ କିଛି ଗୁରୁତର ରହିଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Puri Fire cracker Blast Case

Puri Fire cracker Blast Case

ପୁରୀ ବାଣ ବିସ୍ଫୋରଣ ଟ୍ରାଜେଡିରେ ବଢୁଛି ମୃତ୍ୟୁସଂଖ୍ୟା। ଆଜି ଆଖି ବୁଜିଲେ ଆଉ ଜଣେ ଆହତ। ଏହାକୁ ମିଶାଇ ମୃତ୍ୟୁସଂଖ୍ୟା ୮ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ହସ୍ପିଟାଲରେ ଏବେବି ୨୨ ଜଣ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ଭିତରୁ କିଛି ଗୁରୁତର ରହିଛନ୍ତି।

Advertisment

ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ କିଛି ଗୁରୁତରଙ୍କର ୯୦ରୁ ୯୫ ପ୍ରତିଶତ ଶରୀର ପୋଡି ଯାଇଛି। ସେମାନଙ୍କୁ ଚିହ୍ନିବା ବି କଷ୍ଟକର ହୋଇପଡିଛି। ପରିଚୟ ଜାଣିବାକୁ ଡିଏନଏ ଟେଷ୍ଟ ପାଇଁ ପଠାଯାଇଛି ସାମ୍ପଲ। ରିପୋର୍ଟ ଆସିଲେ ସେମାନଙ୍କ ପରିଚୟ ଜଣାପଡିବ।

ଗତକାଲି ସକାଳେ ବାଣ ବିସ୍ଫୋରଣ ଘଟଣାରେ ଗୁରୁତର ଆହତ ହୋଇ ଭୁବନେଶ୍ୱରର ଏକ ବେସରକାରୀ ହସପିଟାଲରେ ଚିକିତ୍ସିତ ହେଉଥିବା ଖଣ୍ଡିଆବନ୍ଧର ହେମନ୍ତ ସାହୁଙ୍କର ମୃତ୍ୟୁ ଘଟିଥିଲା। ସେହିପରି ପରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। 

Advertisment

ମେ’ ୨୯ ତାରିଖ ଦିନ ପୁରୀରେ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ ଖେଳ ବେଳେ ଘଟିଥିଲା ଏହି ଅଘଟଣ। ଠାକୁରଙ୍କ ଚନ୍ଦନ ଯାତ୍ରା ଚାଲିଥିବା ବେଳେ ଲୋକେ ବାଣ ଫୁଟାଇ ଥିଲେ। ତେବେ ବାଣ ଫୁଟାଇଲା ବେଳେ ଏକ ବାଣ ଗଦାରେ ନିଆଁ ପଡ଼ି ଯିବାରୁ ସେଥିରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ତେବେ ବାଣ ଫୁଟାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କାହାକୁ ଅନୁମତି ଦିଆଯାଇ ନଥିଲା ବୋଲି କୁହାଯାଉଛି।

Odisha Puri Fire Cracker Explosion