Advertisment

ଶ୍ରୀମନ୍ଦିର ପ୍ରବେଶ ବେଳେ ଭକ୍ତ ପିନ୍ଧିବେ ଶାଳୀନତା ପୋଷାକ, ନୂଆବର୍ଷରୁ ଲାଗୁ

ଶାଳୀନତା ଭାବେ ପୋଷାକ ପିନ୍ଧି ଶ୍ରୀମନ୍ଦିର ଭିତରକୁ ଯିବେ ଭକ୍ତ। ଏଭଳି ଚେତାବନୀ ଦେଲା ଶ୍ରୀମନ୍ଦିର ପ୍ରଶାସନ। ଆସନ୍ତା ଜାନୁୟାରୀ ୧ ତାରିଖରୁ କଡାକଡି ଭାବେ ଲାଗୁ ହେବ ଏହି ନିର୍ଦ୍ଦେଶ।

ଅଦ୍ୟତନ ହୋଇଛି
undefined

Jagannath Temple

Advertisment

ଶ୍ରୀମନ୍ଦିରକୁ ଯାଉଥିବା ଭକ୍ତଙ୍କ ପୋଷାକରେ ଆସିବ ଶାଳୀନତା। ନଚେତ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା। ଶାଳୀନତା ଭାବେ ପୋଷାକ ପିନ୍ଧି ଶ୍ରୀମନ୍ଦିର ଭିତରକୁ ଯିବେ ଭକ୍ତ। ଏଭଳି ଚେତାବନୀ ଦେଲା ଶ୍ରୀମନ୍ଦିର ପ୍ରଶାସନ। ନୂଆବର୍ଷରୁ ଏହି ନିୟମ କଡାକଡି ଭାବେ ଲାଗୁ କରାଯିବ। ଶ୍ରୀମନ୍ଦିର ପ୍ରଶାସନ ଏନେଇ ସୂଚନା ଦେଇଛି।

Advertisment

ନୂଆବର୍ଷଠାରୁ ନୂଆ ନିୟମ କଡ଼ାକଡ଼ି ହେବା ପୂର୍ବରୁ ଆସନ୍ତାକାଲିଠାରୁ ଭକ୍ତମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସଚେତନତା କରାଯିବ। ଶାଳୀନତାପୂର୍ଣ୍ଣ ଡ୍ରେସ୍‌ ପିନ୍ଧି ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ଭକ୍ତମାନଙ୍କୁ ପରାମର୍ଶ ଦିଆଯିବ। ଜାନୁଆରୀ ୧ ତାରିଖରୁ ସିଂହଦ୍ଵାରରେ ମୁତୟନ ଜେଟିପି ଓ ଶ୍ରୀମନ୍ଦିର ଭିତରେ ରହୁଥିବା ପ୍ରତିହାରୀ ସେବକ ଭକ୍ତଙ୍କ ପୋଷାକକୁ ତଦାରଖ କରିବେ।

ଶ୍ରୀମନ୍ଦିର ପ୍ରଶାସକ ପକ୍ଷରୁ କୁହାଯାଇଛି, ଶ୍ରୀମନ୍ଦିର ପ୍ରବେଶ ବେଳେ ଭକ୍ତମାନେ ଶାଳୀନତାପୂର୍ଣ୍ଣ ଡ୍ରେସ୍‌ ପିନ୍ଧିବେ। ଫୁଲ୍‌ ଡ୍ରେସ୍‌ ପିନ୍ଧିବେ। କୌଣସି ଚରାଫଟା ଓ ହାପ୍‌ ପ୍ୟାଣ୍ଟ ପିନ୍ଧି ଯାଇପାରିବେ ନାହିଁ। ୧୨ ବର୍ଷରୁ କମ୍‌ ପିଲା ହାପ୍‌ ପ୍ୟାଣ୍ଟ ପିନ୍ଧି ପାରିବେ। ଯେଉଁମାନେ ଶାଳୀନତା ପୂର୍ଣ୍ଣ ଡ୍ରେସ୍‌ ପିନ୍ଧିନଥିବେ, ସେମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ।

Advertisment
Sri Jagannath Puri Puri Shreemandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe