Advertisment

ନେଦରଲ୍ୟାଣ୍ତସରେ ମନ ଜିଣିଲେ ଓଡ଼ିଆ ଝିଆ ଦୀପାଞ୍ଜଳି

ନେଦରଲ୍ୟାଣ୍ତସରେ ଆୟୋଜିତ ହୋଇଥିଲା ଏକ କର୍ମଶାଳା। ଏଥିରେ ଭାରତ ସମେତ ଉଗାଣ୍ତା, ଜର୍ଜିଆ, ମାଲି, ସାଉଥ୍‌ ଆଫ୍ରିକା, ନେଦରଲ୍ୟାଣ୍ତସ୍‌, ବାଙ୍ଗଳାଦେଶ ଓ ହଲାଣ୍ତ ଦେଶର ପ୍ରତିନିଧିମାନେ ଯୋଗଦେଇଥିଲେ।

Depanjali

Depanjali

Advertisment

ନେଦରଲ୍ୟାଣ୍ତସରେ ମନ ଜିଣିଲେ ଓଡ଼ିଆ ଝିଆ ଦୀପାଞ୍ଜଳି ସାହୁ। ଖାଲି ମନ ଜିଣିନାହାନ୍ତି, ‘ଜଳବାୟୁ ପରିବର୍ତ୍ତନ’ ଓ ‘କିଶୋରୀମାନଙ୍କ ସମସ୍ୟା ଆଦି’ ଶୀର୍ଷକ ଆଲୋଚନାଚକ୍ରରେ ଭାଗ ନେଇ ନିଜ ମନର କଥା କହିଛନ୍ତି। ଏଥିପାଇଁ ସମସ୍ତଙ୍କ ମନ ଜିଣିପାରିଛନ୍ତି।

Advertisment

ନେଦରଲ୍ୟାଣ୍ତସରେ ଆୟୋଜିତ ହୋଇଥିଲା ଏକ କର୍ମଶାଳା। ଏଥିରେ ଭାରତ ସମେତ ଉଗାଣ୍ତା, ଜର୍ଜିଆ, ମାଲି, ସାଉଥ୍‌ ଆଫ୍ରିକା, ନେଦରଲ୍ୟାଣ୍ତସ୍‌, ବାଙ୍ଗଳାଦେଶ ଓ ହଲାଣ୍ତ ଦେଶର ପ୍ରତିନିଧିମାନେ ଯୋଗଦେଇଥିଲେ। ଭାରତରୁ ଦୀପାଞ୍ଜଳି ସାହୁ ପ୍ରତିନିଧିତ୍ୱ କରିଥିଲେ। ଅନ୍ୟ ପ୍ୟାନାଲିଷ୍ଟଙ୍କ ପରି ଦୀପାଞ୍ଜଳି ‘ଜଳବାୟୁ ପରିବର୍ତ୍ତନ’ ଓ ‘କିଶୋରୀମାନଙ୍କ ସମସ୍ୟା ଆଦି’ ଶୀର୍ଷକ ଆଲୋଚନାଚକ୍ରରେ ଭାଗ ନେଇଥିଲେ। ଆଉ ନିଜର ଭାଷଣରେ ସମସ୍ତଙ୍କ ମନ କିଣି ପାରିଥିଲେ।

ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍‌ ଗୋତରା ଗାଁର ଦୀପାଞ୍ଜଳି ସାହୁ। ସେ ଖରିଆଳ ଅନୋଟୋମସ୍‌ ମହାବିଦ୍ୟାଳୟରେ +୩ର ଦ୍ୱିତୀୟ ବର୍ଷର ଛାତ୍ରୀ। ସେ ବିଜ୍ଞାନ ବିଭାଗର ଛାତ୍ରୀ। ନେଦରଲ୍ୟାଣ୍ତସରେ ଆୟୋଜିତ ୟୁଥ୍‌ ଇଭେଣ୍ଟ କାର୍ଯ୍ୟକ୍ରମରେ ସେ ଭାରତରୁ ପ୍ରତିଧିତ୍ୱ କରିଥିଲେ। ସେହି ମେଗା କାର୍ଯ୍ୟକ୍ରମରେ ଭାରତ ସମେତ ଉଗାଣ୍ତା, ଜର୍ଜିଆ, ମାଲି, ସାଉଥ୍‌ ଆଫ୍ରିକା, ନେଦରଲ୍ୟାଣ୍ତସ୍‌, ବାଙ୍ଗଳାଦେଶ ଓ ହଲାଣ୍ତ ଦେଶର ପ୍ରତିନିଧି ଯୋଗଦେଇଥିଲେ। ସେହି କର୍ମଶାଳାରେ ଯୋଗଦେଇଥିବା ଅନ୍ୟ ପ୍ୟାନାଲିଷ୍ଟମାନେ ହେଲେ ସେଫ୍‌ ଦି ଚିଲଡ୍ରେନ୍‌ ସିଇଓ, ସେଫ୍‌ ଦି ଚିଲ୍‌ଡ୍ରେନ୍‌ ହଲାଣ୍ଡ, ନେଦରଲ୍ୟାଣ୍ତସର ବୈଦେଶିକ ବ୍ୟାପାର ମନ୍ତ୍ରୀ ପ୍ରମୁଖ ଭାଗ ନେଇ ନିଜର ମତବ୍ୟକ୍ତ କରିଛି।

Advertisment
Nuapadaଅନ୍ୟ ଦେଶର ଡେଲିଗେଟ୍ସଙ୍କ ମଧ୍ୟରେ ଦୀପାଞ୍ଜଳି

ନେଦରଲ୍ୟାଣ୍ତସରୁ ଫେରିବା ପରେ ଦୀପାଞ୍ଜଳି କହିଛନ୍ତି, ନୂଆପଡ଼ା ଜିଲ୍ଲାର ଗୋଟିଏ ଛୁଟିଆ ଗାଁରୁ ନେଦରଲ୍ୟାଣ୍ତସ ଯାଇ ଭାରତ ପାଇଁ ପ୍ରତିନିଧିତ୍ୱ କରିଛି। ଏହା ନିଶ୍ଚିତ ଓଡ଼ିଶା ପାଇଁ ବହୁତ ବଡ଼ ଗର୍ବର କଥା ବୋଲି ସେ କହିଛନ୍ତି।

ରିପୋର୍ଟ-ନୂଆପଡ଼ାରୁ ମାୟାଧର ସରାଫ୍‌

Nuapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe