Advertisment

ଜଗାର ସ୍ୱାସ୍ଥ୍ୟ ପରୀକ୍ଷା କଲେ ଦିଲ୍ଲୀ AIIMS ଡାକ୍ତର

ଆଜି ସକାଳେ ନ୍ୟୁରୋସର୍ଜନ୍‌ ପ୍ରଫେସର ଦୀପକ ଗୁପ୍ତା କନ୍ଧମାଳ ଜିଲ୍ଲା ଫୁଲବାଣୀ ଆସି ଜଗା ରହୁଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ। ଜଗା ସହିତ ଦୀର୍ଘ ସମୟ ଧରି କଥା ହୋଇଥିଲେ। ତା’ପରେ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।

author-image
Manoranjan Sial
Jaga

Jaga

ଯୋଡ଼ା ମୁଣ୍ଡ ଶିଶୁ ଜଗାର ଆଜି ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି ଦିଲ୍ଲୀ AIIMSର ନ୍ୟୁରୋସର୍ଜନ୍‌ ପ୍ରଫେସର ଦୀପକ ଗୁପ୍ତା। ୨୦୧୭ ମସିହାରେ ସେ ଦିଲ୍ଲୀ AIIMSରେ ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆର ସଫଳ ଅସ୍ତ୍ରୋପ୍ରଚାର କରିଥିଲେ।

Advertisment

ଆଜି ସକାଳେ ନ୍ୟୁରୋସର୍ଜନ୍‌ ପ୍ରଫେସର ଦୀପକ ଗୁପ୍ତା କନ୍ଧମାଳ ଜିଲ୍ଲା ଫୁଲବାଣୀ ଆସି ଜଗା ରହୁଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ। ଜଗା ସହିତ ଦୀର୍ଘ ସମୟ ଧରି କଥା ହୋଇଥିଲେ। ତା’ପରେ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ସ୍ୱାସ୍ଥ୍ୟ ପରୀକ୍ଷା ପରେ ଜଗା ସମ୍ପୂର୍ଣ୍ଣ ସୁସ୍ଥ ଅଛି ଏବଂ ତାକୁ ସ୍କୁଲ ପଠାଇବା ପାଇଁ CDMO ଙ୍କୁ ପ୍ରଫେସର ଗୁପ୍ତା ପରାମର୍ଶ ଦେଇଥିଲେ। ଏହା ସହିତ ସମୟ ଆସିଲେ ଦ୍ୱିତୀୟ ଫେଜ୍‌ ଅପରେଶନ୍‌ କରିବାକୁ କୁହାଯାଇଥିବା ଜଗାର ବାପା କହିଛନ୍ତି।

ରିପୋର୍ଟ- ଫୁଲବାଣୀରୁ ତ୍ରିନାଥ ସାହୁ

Jaga Kandhamal