Advertisment

ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ଗୃହରେ ଦାବି

ବଜାର ଦରଦାମ ଏବଂ ସ୍ୱାସ୍ଥ୍ୟଗତ ଖର୍ଚ୍ଚର ଉଦାହରଣ ଦେଇ ଦରମା ଓ ପେନସନ ବୃଦ୍ଧି ପାଇଁ ଦାବିକଲେ ପ୍ରମିଳା ମଲ୍ଲିକ। ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ୨୦ ଲକ୍ଷ କରିବାକୁ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ଦାବି।

Odisha Assembly (File Photo)

Odisha Assembly (File Photo)

Advertisment

ବିଧାୟକଙ୍କ ଦରମା ଏବଂ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ପାଇଁ ବିଧାନସଭାରେ ଦାବି। ଗୃହରେ ଦାବି ଉଠାଇଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ବଜାର ଦରଦାମ ଏବଂ ସ୍ୱାସ୍ଥ୍ୟଗତ ଖର୍ଚ୍ଚର ଉଦାହରଣ ଦେଇ ଦରମା ଓ ପେନସନ ବୃଦ୍ଧି ପାଇଁ ଦାବିକଲେ ପ୍ରମିଳା। ବିଜେଡି ବିଧାୟିକାଙ୍କ ଦାବିକୁ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଓ ଶାସକ ବିଜେପିର ବିଧାୟକ ଭାସ୍କର ମଢେଇ ମଧ୍ୟ ସମର୍ଥନ କରିଛନ୍ତି।

Advertisment

ଗୃହରେ ଦାବି ରଖି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଦର୍ଶାଇଛନ୍ତି ଯେ ବିଧାୟକ ମାନଙ୍କ ଦରମା କ୍ଷେତ୍ରରେ ଓଡ଼ିଶା ଦେଶରେ ୨୭ ନମ୍ବର ସ୍ଥାନରେ ଅଛି। ତେଣୁ ନୂଆ କମିଟି ଯଦି ଆବଶ୍ୟକ, ବାଚସ୍ପତି ନୂଆ କମିଟି କରି ଦରମା ଓ ପେନସନ ବୃଦ୍ଧି କରନ୍ତୁ। ବିଧାୟକ ମାନଙ୍କ ଦରମା ୨ ଲକ୍ଷ ୫୦ ହଜାର ଏବଂ ପୂର୍ବତନ ବିଧାୟକ ମାନଙ୍କ ପେନସନ୍ ୭୦ ହାଜରକୁ ବୃଦ୍ଧି କରାଯାଉ ବୋଲି ପୂର୍ବରୁ କମିଟି ସୁପାରିଶ କରିଛି। ସେହିଭଳି ବିଧାୟକ ଉନ୍ନୟନ ପାଣ୍ଠିକୁ ୫ କୋଟି କରିବାକୁ ଦାବି କରିଛନ୍ତି ପ୍ରମିଳା।

ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ, କଂଗ୍ରେସ ବିଧାୟକ ରାମଚନ୍ଦ୍ର କାଡାମ ମଧ୍ୟ ଗୃହରେ ସମାନ ପ୍ରସଙ୍ଗ ଉଠାଇଛନ୍ତି। ସେପଟେ ବିଜେପି ବିଧାୟକ ଭାସ୍କର ମଢେଇ ଏହି ଦାବି ଗୁଡ଼ିକୁ ସମର୍ଥନ କରିଛନ୍ତି। ନୂଆ କମିଟି ନକରି ପୁରୁଣା କମିଟିର ସୁପାରିଶ ଅନୁସାରେ କରନ୍ତୁ ବୋଲି କହିଛନ୍ତି ଭାସ୍କର। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଏମଏଲଏ ଲାଡ୍ ୫କୋଟିକୁ ବୃଦ୍ଧି କରିବାକୁ ଦାବି ଜଣାଇବା ସହ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ୨୦ ଲକ୍ଷ କରିବାକୁ ଦାବି କରିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବେ ବୋଲି କହିଛନ୍ତି। ସେପଟେ ମୁଁ ନିଜେ ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଜଣାଇବି ବୋଲି କହିଛନ୍ତି ବାଚସ୍ପତି ସୁରମା ପାଢ଼ୀ।

Advertisment
Pramila Mallick Bjp BjD Odisha Mla Salary Tara Prasad Bahinipati Congress Odisha Assembly Winter Session Of Assembly
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe