Rail Track
ଦେବଗଡ଼ ଜିଲ୍ଲାକୁ ଟ୍ରେନ ଚଳାଚଳ କରିବ । ରେଳ ନେଟୱାର୍କରେ ଦେବଗଡ଼ ଜିଲ୍ଲା ସାମିଲ ହେବ । ଝାରସୁଗୁଡ଼ାରୁ ଦେବଗଡ଼ ଜିଲ୍ଲାର ବାରକୋଟ୍ ପର୍ଯ୍ୟନ୍ତ ୧୬୦କିମି ବିଶିଷ୍ଟ ନୂଆ ରେଳ ଲାଇନ ନିର୍ମାଣକୁ ଡିପିଆର ପ୍ରସ୍ତୁତ କରିବାକୁ ଫାଇନାଲ ଲୋକେସନ୍ ସର୍ଭେ(ଏଫଏଲଏସ) କରିବା ପାଇଁ ରେଳ ମନ୍ତ୍ରଣାଳୟ ମଞ୍ଜୁର କରିଛି ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ,ଦେବଗଡ଼ ଜିଲ୍ଲାର ନାଗରିକ କମିଟିର ଅନୁରୋଧରେ ସେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଜୁଲାଇ ୧୦ତାରିଖରେଏହି ରେଳ ପ୍ରକଳ୍ପ ପାଇଁ ଚିଠି ଲେଖି ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । କେନ୍ଦ୍ର ରେଳ ମନ୍ତ୍ରଣାଳୟ ଦ୍ୱାରା ଏହି ପ୍ରକଳ୍ପ ପାଇଁ ଡିପିଆର ପ୍ରସ୍ତୁତିକୁ ମଞ୍ଜୁରୀ ଦେଇଛି । ଏହି ପ୍ରସ୍ତାବିତ ନୂଆ ରେଳଲାଇନ୍ ଦ୍ୱାରା ଶିଳ୍ପସମୃଦ୍ଧ ଝାରସୁଗୁଡ଼ାଠାରୁ ଦେବଗଡ଼ ଜିଲ୍ଲାର ବାରକୋଟକୁ ଟ୍ରେନ ଚଳାଚଳ କରିବ । ଝାରସୁଗୁଡ଼ା ଓ ଦେବଗଡ଼ ଜିଲ୍ଲା ମଧ୍ୟରେ ବିକାଶର ନୂଆଧାରା ସୃଷ୍ଟି ହେବ । ଦେବଗଡ଼ ଜିଲ୍ଲାର ପର୍ଯ୍ୟଟନର ବିକାଶକୁ ମଧ୍ୟ ଗତି ମିଳିବ । ବିଶେଷକରି ଦେବଗଡ଼ବାସୀଙ୍କ ଦୀର୍ଘଦିନର ଆଶା ପୂରଣ ହେବାକୁ ଯାଉଥିବାରୁ ଶ୍ରୀ ପ୍ରଧାନ ଏଥିପାଇଁ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବଦା ଜଣାଇଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Rail_Track_1691162507.jpg)