Advertisment

ଦୁଇଶହ ଫୁଟ ଲମ୍ବରେ ଦବିଲା ଦେବୀ ନଦୀବନ୍ଧ ରାସ୍ତା

କାକଟପୁର ଜଳସମ୍ପଦ ବିଭାଗ ଅଧୀନରେ ଥିବା ଦେବୀ ନଦୀ ବନ୍ଧ ରାସ୍ତା ସମ୍ବେଦନଶୀଳ ଭାବେ ଜଣାଶୁଣା ।

author-image
Ordigital Desk
ଅଦ୍ୟତନ ହୋଇଛି
Devi river bank road

Devi river bank road

କୋଟି କୋଟି ଟଙ୍କାରେ ନିର୍ମିତ ହୋଇଥିବା ନଦୀ ବନ୍ଧ ଏବେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ବର୍ଷେ ତଳେ ନିର୍ମିତ ନଦୀ ବନ୍ଧ ପିଚୁ ରାସ୍ତା ଏବେ ଲୋକଙ୍କ ପାଇଁ ମରଣର ଯନ୍ତା ପାଲଟିଛି। ଏପରି ଚିତ୍ର ପୁରୀ ଜିଲ୍ଲା କାକଟପୁର ଜଳ ସମ୍ପଦ ବିଭାଗ ଅଧୀନରେ ଥିବା ଦେବୀ ନଦୀ ବନ୍ଧ ରାସ୍ତାରେ ଦେଖିବାକୁ ମିଳିଛି।

Advertisment

କାକଟପୁର ଜଳସମ୍ପଦ ବିଭାଗ ଅଧୀନରେ ଥିବା ଦେବୀ ନଦୀ ବନ୍ଧ ରାସ୍ତା ସମ୍ବେଦନଶୀଳ ଭାବେ ଜଣାଶୁଣା। ବାଉରିଆକଣଠାରୁ ଖଣ୍ଡାସାହି ମଧ୍ୟରେ କୋଟି କୋଟି ଟଙ୍କାରେ ନଦୀବନ୍ଧ ସୁଦୃଢ଼ୀକରଣ ଯୋଜନାରେ ମାତ୍ର ବର୍ଷେ ହେଲା ନିର୍ମିତ ନଦୀ ବନ୍ଧ ପିଚୁ ରାସ୍ତା ବିଭିନ୍ନ ସ୍ଥାନରେ ଦବି ଯାଇଥିବା ଦେଖାଯାଇଛି। 

ବିଶେଷକରି ବଉରିଆକଣଠାରେ ବନ୍ଧର ଦୁଇଶହ ଫୁଟ ଲମ୍ବର ପିଚୁ ରାସ୍ତା ସମ୍ପୂର୍ଣ୍ଣ ଭାବେ ଦବି ଯାଇଛି। ତେବେ ନିମ୍ନମାନର କାର୍ଯ୍ୟ ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତୁରନ୍ତ ବନ୍ଧ ରାସ୍ତା ମରାମତି ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Advertisment
Odisha Puri