Advertisment

ଶିମିଳିପାଳ ସୁରକ୍ଷା ନେଇ ବଡ଼ ଘୋଷଣା କଲେ ଡିଜିପି

ଆଜି ପୁଲିସ୍‌ ଡିଜିଙ୍କ ନେତୃତ୍ୱରେ ବନବିଭାଗ, ପୁଲିସ ଓ ଜିଲ୍ଲା ପ୍ରଶାସନର ଏକ ବୈଠକ ବସିଥିଲା। ଶିମିଳିପାଳ ଅଞ୍ଚଳରେ ବେଆଇନ୍‌ ଅସ୍ତ୍ରଶସ୍ତ୍ର ନେଇ ଗୁଇନ୍ଦା ସୂଚନା ପରେ ମୟୂରଭଞ୍ଜ ପୁଲିସ ଟିମ୍‌ ଜିଲ୍ଲାର ୧୮ଟି ଥାନା ଅଞ୍ଚଳରେ ଜୋରଦାର କରିଥିଲା ସର୍ଚ୍ଚ ଅପରେସନ।

author-image
Manoranjan Sial
Baripada

Baripada

ଶିମିଳିପାଳ ଅଭୟାରଣ୍ୟରେ ଶିକାର ଓ ବନ୍ଧୁକ କାରବାରରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ। ଏଭଳି ବେଆଇନ୍‌ କାର୍ଯ୍ୟକଳାପକୁ ମୂଳପୋଛ କରିଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ପୁଲିସ ଡିଜି ସୁନୀଲ ବଂଶଲ। ମୟୂରଭଂଜ ପୁଲିସ ପକ୍ଷରୁ ବଡ଼ ଧରଣର ସର୍ଚ୍ଚ ଅପରେସନ ବେଳେ ୧୬୫ ବନ୍ଧୁକ ଜବତ ହୋଇଛି। ୨୬ ଜଣ ଶିକାରୀ ଗିରଫ ହୋଇଛନ୍ତି। ଏତେ ପରିମାଣରେ ବନ୍ଧୁକ ଜବତ ହେବା ଓଡ଼ିଶା ପୁଲିସ ପାଇଁ ବଡ଼ ସଫଳତା। ତେବେ ନକ୍ସଲ ପ୍ରବଣ ଅଞ୍ଚଳରେ ମଧ୍ୟ ଏତେ ପରିମାଣର ବନ୍ଧୁକ ଜବତ ହେବାର ନଜିର ନାହିଁ ବୋଲି କହିଛନ୍ତି ପୁଲିସ ଡିଜି।

Advertisment

ଆଜି ପୁଲିସ୍‌ ଡିଜିଙ୍କ ନେତୃତ୍ୱରେ ବନବିଭାଗ, ପୁଲିସ ଓ ଜିଲ୍ଲା ପ୍ରଶାସନର ଏକ ବୈଠକ ବସିଥିଲା। ଶିମିଳିପାଳ ଅଞ୍ଚଳରେ ବେଆଇନ୍‌ ଅସ୍ତ୍ରଶସ୍ତ୍ର ନେଇ ଗୁଇନ୍ଦା ସୂଚନା ପରେ ମୟୂରଭଞ୍ଜ ପୁଲିସ ଟିମ୍‌ ଜିଲ୍ଲାର ୧୮ଟି ଥାନା ଅଞ୍ଚଳରେ ଜୋରଦାର କରିଥିଲା ସର୍ଚ୍ଚ ଅପରେସନ। ଏହି ଚଢଉ ବେଳେ ବନ୍ଧୁକ ତିଆରି କାରଖାନା, ବଜ୍ରକାପ୍ତା ଛାଲି, ନଗଦ ୨ ଲକ୍ଷ ୯୫ ହଜାର ଟଙ୍କା, ମୋବାଇଲ ଫୋନ, ବନ୍ୟପ୍ରାଣୀଙ୍କ ମୃତଦେହ, ମାଂସ ଆଦି ଜବତ କରାଯାଇଛି।

ଶିମିଳିପାଳ ଅଭୟାରଣ୍ୟରେ ଦୁଇ ଜଣ ଫରେଷ୍ଟ କର୍ମଚାରୀଙ୍କ ହତ୍ୟା ପରେ ପୁଲିସ ପକ୍ଷରୁ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଚାଲିଛି। ତେବେ ଏହି ଚଢ଼ଉ ଆଗକୁ ମଧ୍ୟ ଚାଲିବ। ଯଥେଷ୍ଟ ପରିମାଣର ପୁଲିସ ଫୋର୍ସ ଯୋଗାଇ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ଡିଜିପି। ଶିମିଳପାଳ ଅଞ୍ଚଳରେ ଆହୁରି ବେଆଇନ୍‌ ବନ୍ଧୁକ ଥିବା ସୂଚନା ଥିବାରୁ ଆଗକୁ ଆହୁରି କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଡିଜିପି।

Advertisment
Similipal National Park Baripada