Advertisment

ଖଟିଆରେ ବୁହା ହେଲେ ରୋଗୀ, ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

୨୦୨୪ରେ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ବିଜେପି ଟିକେଟରେ ଲଢ଼ୁଛନ୍ତି। ଏହି ଘଟଣାକୁ ସେ ମୁଖ୍ୟ ପ୍ରସଙ୍ଗ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

Patient

Patient

Advertisment

ଗାଁକୁ ରାସ୍ତା ନଥିବାରୁ ଆସି ପାରିଲାନି ଆମ୍ବୁଲାନ୍ସ। ଫଳରେ‌ ଖଟିଆରେ ବୋହି ରୋଗୀଙ୍କୁ ଆମ୍ବୁଲାନ୍ସ ନିକଟକୁ ଆଣିଲେ ସମ୍ପର୍କୀୟ। ଦୀର୍ଘ ଦେଢ଼ କିମି ବାଟ ରୋଗୀଙ୍କୁ ତାଙ୍କ ସମ୍ପର୍କୀୟମାନେ ବୋହି ଆଣିବାର ଖବର ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୨୦୨୪ରେ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ବିଜେପି ଟିକେଟରେ ଲଢ଼ୁଛନ୍ତି। ଏହି ଘଟଣାକୁ ସେ ମୁଖ୍ୟ ପ୍ରସଙ୍ଗ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

Advertisment

ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକର ଗଡ଼ଲୁଇସିଙ୍ଗ ପଞ୍ଚାୟତର ବେଲପାଣି ଗାଁରେ ହଠାତ୍ ସୁମିତ୍ରା ପାରେଖ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଏଥିପାଇଁ ପରିବାର ଲୋକ ୧୦୮ ଆମ୍ବୁଲାନ୍ସ ସେବାକୁ କଲ୍ କରିଥିଲେ। ପରିବାର ଲୋକଙ୍କ ଫୋନ ପାଇ ୧୦୮ ଆମ୍ବୁଲାନ୍ସ ଗହିରପାଲିରୁ କୁସୁମଟିକିରା ଦେଇ ବେଲପାଣି ଗାଁ ଆସୁଥିଲା।

କିନ୍ତୁ କୁସୁମଟିକିରା ନାଳ ଉପରେ ଏଯାଏ ପୋଲ ନିର୍ମାଣ ହୋଇ ନଥିବାରୁ ଆମ୍ବୁଲାନ୍ସ ଗାଁକୁ ଯାଇ ପାରି ନଥିଲା। କୁସୁମଟିକିରା ନାଳରୁ ରୋଗୀଙ୍କ ଗାଁ ବେଲପାଣିର ଦୂରତା ପ୍ରାୟ ଦେଢ଼ କିମି। ନାଳ ଏପଟେ ଆମ୍ବୁଲାନ୍ସ ଅଟକି ରହିବାରୁ ପରିବାର ଲୋକ କୌଣସି ଉପାୟ ନପାଇ ରୋଗୀଙ୍କୁ ଗୋଟିଏ ଖଟିଆରେ ବୋହିବାକୁ ବାଧ୍ୟ ହୋଇଥିଲେ।

Advertisment

ସେମାନେ ରୋଗୀଙ୍କୁ ବୋହି ବୋହି ଆମ୍ବୁଲାନ୍ସ ପଯ୍ୟନ୍ତ ଆଣୁଥିବାର ଭିଡିଓ ଏବେ ଭାଇରାଲ ହୋଇଛି। ଉକ୍ତ ଭାଇରାଲ ଭିଡିଓକୁ ଆଧାର କରି କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

ସେ କହିଛନ୍ତି, “ ଏହା ଓଡ଼ିଶାର ବାସ୍ତବିକ ସ୍ଥିତି। ସମ୍ବଲପୁର ସଦର ମହକୁମାର ଠାରୁ ୫୦ /୬୦ କିମି ଦୂରରେ ଥିବା ଅଞ୍ଚଳରେ ଏପରି ଅବସ୍ଥା ଦେଖିବାକୁ ମିଳିଛି। ଏହାଠାରୁ ଆଉ ଟିକିଏ ଦୂରରେ ଥିବା ଅଞ୍ଚଳର ଅବସ୍ଥା ନ କହିବା ଭଲ। ପରିବାର ଲୋକ ପୀଡ଼ିତାଙ୍କୁ ୪୫ ମିନିଟ କାଳ ଖଟିଆ ବୋହି ଆଣିବାର ଚିତ୍ର ମଧ୍ୟ ପ୍ରକାଶ ପାଇଛି।

ଯେଉଁମାନେ ରୂପାନ୍ତୀକରଣର କଥା କହୁଛନ୍ତି ଓ ଓଡ଼ିଶାକୁ ୧ ନଂ ବନାଇବାର ମିଛ କଥା କହି ଚାଲିଛନ୍ତି, ସେମାନଙ୍କ ମୁହଁରେ ଓଡ଼ିଶାର ଗଣମାଧ୍ୟମ ଗୋଟିଏ ପ୍ରଶ୍ନ ଚିହ୍ନ ଲଗାଇଛି। ଏ ନ୍ୟୁଜ ମିଛ କିମ୍ବା ଓଡ଼ିଶାରେ ବାହାବାହାର ଡିଣ୍ଡିମ ପିଟୁଥିବା ଲୋକଙ୍କ କଥା ମିଛ। କେବଳ ଏହି ଘଟଣା ନୁହେଁ, ଓଡ଼ିଶାର ନୂଆ ପିଢ଼ିର ପିଲାମାନଙ୍କୁ ଅପପୃଷ୍ଟିର ଶିକାର କରାଇବା, ସକରାରୀ ଡାକ୍ତରଖାନାରେ ଡାକ୍ତର ଉପଲବ୍ଧ ନ କରାଇବା ଆଜି ଓଡ଼ିଶାର ସ୍ୱାସ୍ଥ୍ୟ ସେବାର କିଭଳି ଚାଲିଛି, ତା’ର ପ୍ରମାଣ ଦେଉଛି।

ଏବେ ସମୟ ଆସିଛି ଏହାକୁ ବଦଳାଇବାର। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଗୋଟିଏ କଲ୍ୟାଣକାରୀ ଶାସନ ପ୍ରଣାଳୀ ଚାଲିଛି। ଅନେକ ରାଜ୍ୟ ଏହାକୁ ଗ୍ରହଣ କରି ସାରିଲେଣି। ଓଡ଼ିଆ ଲୋକମାନେ ମଧ୍ୟ ଏଥର ତା’କୁ ଗ୍ରହଣ କରିବେ। ଲୋକସଭା ଓ ବିଧାନସଭାରେ ଭାରତୀୟ ଜନତା ପାର୍ଟି ୧ ନଂ ହେବ। କେହି ମିଛ କଥା କହିବାରେ ୧ନଂ ହୋଇପାରେ, କିନ୍ତୁ ଓଡ଼ିଆ ଲୋକଙ୍କ ପସନ୍ଦର ୧ନଂ ପାର୍ଟି ବିଜେପି ହେବ।”

Bjp Dharmendra Pradhan Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe