Advertisment

ବ୍ୟାପୁଛି ଝାଡ଼ାବାନ୍ତି, ଦୁଇ ଦିନରେ ୧୩ ଆକ୍ରାନ୍ତ

ମେଡ଼ିପୁଟ ଗାଁରେ ଦୁଇଦିନ ହେଲା ୮ ରୁ ୧୦ଟି ପରିବାର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ହନ୍ତସନ୍ତ ହେଉଛନ୍ତି। ହେଲେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ କୌଣସି ତତ୍ପରତା ପ୍ରକାଶ ପାଇ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ଅଦ୍ୟତନ ହୋଇଛି
Koraput

Koraput

Advertisment

କୋରାପୁଟ୍‌ ଜିଲ୍ଲା ଲମତାପୁଟ ବ୍ଲକ ଉମ୍ବେଲ୍ ପଞ୍ଚାୟତର ମେଡ଼ିପୁଟ ଗାଁରେ ଝାଡ଼ାବାନ୍ତି ଆତଙ୍କ। ଦୁଇ ଦିନରେ ଗାଁରୁ ୬ ଜଣକୁ ନନ୍ଦପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଓ ୪ ଜଣଙ୍କୁ ବନମାଳିପୁଟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତିନିଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କୋରାପୁଟ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Advertisment

ମେଡ଼ିପୁଟ ଗାଁରେ ଦୁଇଦିନ ହେଲା ୮ ରୁ ୧୦ଟି ପରିବାର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ହନ୍ତସନ୍ତ ହେଉଛନ୍ତି। ହେଲେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ କୌଣସି ତତ୍ପରତା ପ୍ରକାଶ ପାଇ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏପଟେ ଲଗାଣ ବର୍ଷା ସାଙ୍ଗକୁ ଦୂଷିତ ପାଣି ପିଇ ଲୋକେ ଝାଡ଼ାବାନ୍ତିର ଶିକାର ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ।

Koraput Diarrhea
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe