Advertisment

‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ଡାଲି ଖାଇ ୩୦୦ରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ!

‘ଆମ ଓଡିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରୁ ବଳି ପଡ଼ିଥିବା ଖାଦ୍ୟକୁ ଲୋକମାନେ ରାତିରେ ଖାଇଥିଲେ। ତା’ପରେ ଆରମ୍ଭ ହୋଇଥିଲା ଝାଡ଼ାବାନ୍ତି। ଜଣେ ପରେ ଜଣେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମେଡ଼ିକାଲ୍‌ ଯାଇଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Diarrhoea

Diarrhoea

ରାଜ୍ୟ ସରକାରଙ୍କ ପକ୍ଷରୁ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ହେଉଛି। ଏଥିପାଇଁ ଭବ୍ୟ ସଭା ଓ ଭୋଜିଭାତର ଆୟୋଜନ ହେଉଛି। ସେହି ଭୋଜିରେ ଦିଆଯାଇଥିବା ଡାଲି ଖାଇ ୩୦୦ରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି। ବରଗଡ଼ ଜିଲ୍ଲାରୁ ଏପରି ଅଭିଯୋଗ ଆସିଛି। ଏବେ ସମ୍ପୃକ୍ତ ଗାଁରେ ମେଡ଼ିକାଲ୍‌ ଟିମ୍‌ ପହଞ୍ଚି ଝାଡ଼ାବାନ୍ତିରେ ଆକ୍ରାନ୍ତ ଲୋକଙ୍କୁ ଚିକିତ୍ସା ସେବା ଯୋଗାଇଦେଇଛି।

Advertisment

ବରଗଡ ବ୍ଲକ୍‌ ଏସ୍‌. ଡୁମେରପାଲି ଗାଁରେ ମଙ୍ଗଳବାର ହୋଇଥିଲା ‘ଆମ ଓଡିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ। ଏଥିରେ ସ୍ଥାନୀୟ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ସମେତ ଜିଲ୍ଲାର ବହୁ ବିଜେଡି କର୍ମକର୍ତ୍ତା ଯୋଗଦେଇ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଭାଷଣ ଦେଇଥିଲେ। ଅତିଥିଙ୍କ ଭାଷଣ ଶୁଣିବା ପାଇଁ ସଭା ମଞ୍ଚକୁ ଆସିଥିଲେ ୫୦୦ରୁ ଅଧିକ କର୍ମକର୍ତ୍ତା ଓ ସାଧାରଣ ଜନତା। ସଭା ସରିବା ପରେ ଲୋକମାନେ ଭାତ, ଡାଲି, ତରକାରୀ ଖାଇଥିଲେ। ଆଉ କିଛି ଲୋକ ବଳି ପଡ଼ିଥିବା ଖାଦ୍ୟକୁ ସାଥୀରେ ଧରି ଘରକୁ ଫେରିଥିଲେ।

‘ଆମ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରୁ ବଳି ପଡ଼ିଥିବା ଖାଦ୍ୟକୁ ଲୋକମାନେ ରାତିରେ ଖାଇଥିଲେ। ତା’ପରେ ଆରମ୍ଭ ହୋଇଥିଲା ଝାଡ଼ାବାନ୍ତି। ଜଣେ ପରେ ଜଣେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମେଡ଼ିକାଲ୍‌ ଯାଇଥିଲେ। ବର୍ତ୍ତମାନ ୩୦୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହେଉଛି। ଝାଡ଼ାବାନ୍ତି ବ୍ୟାପୁଥିବା ସମ୍ପର୍କରେ ଖବର ପାଇ ୬ ଜଣିଆ ମେଡ଼ିକାଲ୍‌ ଟିମ୍‌ ଏସ୍‌. ଡୁମେରପାଲିକୁ ଯାଇଛି। ଗାଁ ଲୋକଙ୍କୁ ତୁରନ୍ତି ମେଡ଼ିକାଲ୍‌ ସେବା ଯୋଗାଇ ଦିଆଯାଉଛି। ଗୁରୁତର ରୋଗୀଙ୍କୁ ସାଲାଇନ୍‌ ଓ ଓଆର୍‌ଏସ୍‌ ପାଣି ଦିଆଯାଉଛି। ଗାଁର ପରିବେଶ ସ୍ୱଚ୍ଛ ରଖିବାକୁ ପରାମର୍ଶ ଦିଆଯାଇଛି। ବାସୀ ଡାଲି ଖାଇବାରୁ ଲୋକମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସ୍ଥିତି ଆୟତ୍ତରେ ଥିବା ଜନସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି।

Advertisment

ରିପୋର୍ଟ- ବରଗଡ଼ରୁ ଧର୍ମଦତ୍ତ ପାଢୀ

BARAGADA